ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ପ୍ରଥମେ ଗର୍ଭବତୀ ହେବା, ପରବର୍ତ୍ତୀ ସମୟରେ ଗର୍ଭପାତ ନହୋଇ ପାରିବା କାରଣରୁ ମାଆ ହେବାକୁ ଯାଉଥିବା ଜଣେ ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର ଯୁବତୀଙ୍କୁ ନ୍ୟାୟ ଦେଇଛନ୍ତି ହାଇକୋର୍ଟ। ପ୍ରଥମେ ତାଙ୍କ ଭରଣପୋଷଣ ଲାଗି୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ରାଜ୍ୟ ସରକାର। ପରେ ଯୁବତୀଙ୍କ ଗର୍ଭରୁ ଯଦି ଝିଅ ଜନ୍ମ ହୁଏ ୫ ଲକ୍ଷ ଆଉ ଯଦି ପୁଅ ହେଲା ତାହେଲେ ୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆଜି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଖାଲି ସେତିକି ନୁହେଁ । ଜନ୍ମ ହେବାକୁ ଥିବା ଶିଶୁର ପାଠପଢା ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେବାପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି ।
ଯୁବତୀ ଜଣକ ଦିବ୍ୟାଙ୍ଗ ପୁଣି ମାନସିକ ଅନଗ୍ରସର। ସେଥିପାଇଁ ସେ ବଳାତ୍କାରର ଶିକାର ହୋଇ ମାଆ ହେବାକୁ ଯାଉଛନ୍ତି। ଏଭଳି ଝିଅ, ମାଆ ହେଲେ କଣ କରିବ ଭାବି ଗର୍ଭପାତ କରାଇବାକୁ ଚାହିଁଥିଲେ ଯୁବତୀଙ୍କ ମାଆ , କିନ୍ତୁ ୨୪ ସପ୍ତାହ ବିତିଯାଇଥିବାରୁ ଆଉ ଗର୍ଭପାତ ହୋଇ ପାରିବ ନାହିଁ ବୋଲି ଡାକ୍ତରଖାନା ତରଫରୁ କୁହାଯିବା ପରେ , ମାମଲା ପହଞ୍ଚିଥିଲା ହାଇକୋର୍ଟରେ। ଗର୍ଭପାତ ପାଇଁ ସିନା କୋର୍ଟ ଅନୁମତି ଦେଲେ ନାହିଁ । କିନ୍ତୁ ଦିବ୍ୟାଙ୍ଗ ଯୁବତୀ ଜଣକ କେମିତି ନିଜ ସନ୍ତାନ ସହ ବଞ୍ଚି ପାରିବେ , ସେଥିପାଇଁ ଦ୍ଵାର ଖୋଲି ଦେଇଛନ୍ତି ହାଇକୋର୍ଟ। ଆସନ୍ତା ୭ ଦିନ ମଧ୍ୟରେ ପିଡୀତାଙ୍କ ଉଦ୍ଦେଶ୍ୟରେ ୫ ଲକ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସେହିପରି ଗର୍ଭସ୍ଥ ଶିଶୁ ଝିଅ ହୋଇ ଜନ୍ମ ହେଲେ ୫ ଲକ୍ଷ , ନହେଲେ ପୁଅ ହେଲେ ୩ ଲକ୍ଷ ଟଙ୍କାର ଅର୍ଥରାଶି ଦେବାକୁ ହାଇକୋର୍ଟ କହିଛନ୍ତି।
ହାଇକୋର୍ଟ ଆଜି ଦେଇଥିବା ଏହି ରାୟରେ ଏହା ମଧ୍ୟ କହିଛନ୍ତି ଯେ , ଶିଶୁ ଯନ୍ତ୍ର ହେବା ପରେ ତାର ପାଠପଢା ଠାରୁ ଆରମ୍ଭ କରି ପିଲା ଏବଂ ମା’ର ସ୍ଵାସ୍ଥ୍ୟ ଜନିତ ସେବା ଯୋଗାଇ ଦେବାର ଦାୟିତ୍ୱ ହେଉଛି ଜିଲ୍ଲା ପ୍ରଶାସନର। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କୌଣସି ବଳାତ୍କାର ମାମଲା ଦାଏର ହେବାକ୍ଷଣି ପୁଲିସ ବିଶେଷ ଦାୟିତ୍ୱ ବହନ କରିବ ପୁଲିସ।ପୀଡ଼ିତା ଭିନ୍ନକ୍ଷମ , ମାନସିକ ଅନଗ୍ରସର କିମ୍ବା ନାବାଳିକା ହୋଇଥିଲେ ।ଗର୍ଭପାତ କରିବାଲାଗି ପୀଡ଼ିତାଙ୍କ ଅଭିଭାବକଙ୍କ ସମ୍ମତି ନେଇ ପୁଲିସ ପଦକ୍ଷେପ ନେବ। ତେବେ ସେଭଳି ପୀଡ଼ିତାଙ୍କ ଭରଣପୋଷଣ ଏବଂ ଯଦି ସେ ମାଆ ହୁଅନ୍ତି, ତେବେ ମା ଓ ଶିଶୁର ଉତ୍ତର ଦାୟିତ୍ୱ ସରକାରଙ୍କ ର ଵୋଲି ଆଜି ହାଇକୋର୍ଟ ନିଜ ରାୟରେ ଉଲ୍ଲେଖ କରିବା ସହ ଏ ସଂକ୍ରାନ୍ତରେ ଏକ ଗାଇଡ ଲାଇନ୍ଦି ମଧ୍ୟ ଜାରି କରିଛନ୍ତି ।
ପ୍ରକାଶ ଯେ, ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଥିଲା। ଭିତରେ ନ୍ନୄକ୍ଷମ ତଥା ମାନସିକ ଭାବେ ଅନଗ୍ରସର ଥିବା ଜଣେ ଯୁବତୀଙ୍କୁ ଵଳାତ୍କାର କରି ଅଭିଯୁକ୍ତ ଫେରାର ହୋଇଯାଇଛି। ତେବେ ତାଙ୍କ ଗର୍ଭପାତ କରାଇବା ଲାଗି ଅନୁମତି ଲୋଡି ଯୁବତୀଙ୍କ ମା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Comments are closed.