ମାଆ ଝିଅଙ୍କ ଶବ ପଡ଼ିରହିବା ଘଟଣା: ତହସିଲଦାର, ଆଇଆଇସି, ବିଡିଓ ଅଟକ
![](https://www.odishalink.com/wp-content/uploads/2020/09/kendrapada.jpg)
କେନ୍ଦ୍ରପଡ଼ା: ରାଜନଗର ମହୁଲିଆ ମାଣପଡ଼ାରେ ମାଆ ଝିଅଙ୍କ ଶବ ପଡ଼ିରହିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ବୁଝାସୁଝା ପାଇଁ ଯାଇଥିବା ତହସିଲଦାର, ଆଇଅଇସି, ବିଡିଓଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ। ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଧିକାରୀଙ୍କ ଗାଡ଼ି ଆଗରେ ଧାରଣା ଦେଇଛନ୍ତି ମହିଳା। ଗାଁରେ ଆମ୍ବୁଲାନ୍ସ ଭିତରେ ମାଆ ଓ ମାମୁଘର ଆଗରେ ଝିଅର ଶବ ପଡ଼ିରହିଛି। ମାଆ ଝିଅଙ୍କ ମୃତ୍ୟୁ ପଛରେ ମାମୁଘର ଲୋକଙ୍କ ଭୂମିକାକୁ ନେଇ ସନ୍ଦେହ କରାଯାଉଛି।
ପ୍ରକାଶ ଯେ, ରାଜନଗର ମହୁଲିଆ ମାଣପଡ଼ାରେ ୪ ଦିନ ହେଲା ପଡ଼ି ରହିଛି ମାଆ ଝିଅଙ୍କ ଶବ। ଏନେଇ ମାମୁଘର ଆଗରେ ଭାଣିଜୀର ମୃତଦେହ ରଖି ଗାଁ ଲୋକମାନେ ଧାରଣ ଦେଇଛନ୍ତି। ବ୍ୟବଚ୍ଛେଦ ବେଳେ ଭାଣିଜୀ ପେଟରୁ ଶିଶୁ କନ୍ୟା ମିଳିବାକୁ ନେଇ ସସପେନ୍ସ ଲାଗି ରିହିଛି। ସେପଟେ ଗାଁରେ ଆମ୍ବୁଲାନ୍ସ ଭିତରେ ପଡ଼ି ରହିଛି ମାଆର ମୃତଦେହ। ୧୯ରେ ମାଆ ଓ ୨୦ ତାରିଖରେ ଝିଅର ମୃତଦେହ ଉଦ୍ଧାର ହୋଇଥିଲା। ଅଭିଯୁକ୍ତ ମାମୁ ଅଟକ ହୋଇଥିଲେ ବି ପରିବାରର ଅନ୍ୟମାନଙ୍କ ଗିରଫ ଦାବି କରାଯାଇଛି। ମାଆ ଝିଅଙ୍କ ମୃତ୍ୟୁ ପଛରେ ମାମୁଘର ଲୋକଙ୍କ ଭୂମିକାକୁ ନେଇ ସନ୍ଦେହ କରାଯାଉଛି।
Comments are closed.