Odisha Link
Bridging the Missing Links in Odisha

ଗୁପ୍‌ ଚୁପ୍‌ ନେଲା ମହିଳାଙ୍କ ଜୀବନ

ସୁନ୍ଦରଗଡ଼: ଗୁପ୍‌ଚୁପ୍‌ ନେଇଛି ଜଣେ ମହିଳାଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲାର ସରଫଗଡ଼ ଗାଁରେ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୁପ୍‌ଚୁପ୍‌ ଖାଇବା ସମୟରେ ମହିଳାଙ୍କ ତଣ୍ଟିରେ ଲାଗି ଯାଇଥିଲା।ତଣ୍ଟି ଯନ୍ତ୍ରଣା ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ହେଲେ ଫୁଲମତି। ପରିବାର ଲୋକଙ୍କ କହିବା କଥା, ଫୁଲମତି ଶୀଘ୍ର ଶୀଘ୍ର ଗୁପ୍‌ଚୁପ୍ ଖାଇବା ବେଳେ ତାଙ୍କ ତଣ୍ଟିରେ ଲାଗିଥିଲା।

ପ୍ରକାଶ ଯେ, ସ୍ବାମୀ କୁଶ କିସାନ ଧାନ ବିଲରୁ କାମ ସାରି ଫେରିବା ପରେ ଘରେ ଥିବା ଫୁଲମତି ତାଙ୍କ ଆଗରେ ଗୁପଚୁପ ଖାଇବାର ଇଚ୍ଛା ପ୍ରକାଶ କରି ଆଣିବାକୁ କହିଥିଲେ। କୁଶ ତାଙ୍କ ପୁଅକୁ ୨୦ ଟଙ୍କା ଦେଇ ଗାଁ ରାସ୍ତା କଡ଼ରେ ଠେଲାରେ ବିକୁଥିବା ଗୁପଚୁପବାଲା ପାଖକୁ ପଠାଇଥିଲେ। ପୁଅ ଗୁପଚୁପ୍ ଆଣିବା ପରେ ସ୍ବାମୀସ୍ତ୍ରୀ ଓ ତାଙ୍କ ଦୁଇ ପିଲା ବସି ଖାଇଥିଲେ। ତେବେ ଖାଇଲା ବେଳେ ଗୋଟା ଗୁପଚୁପ୍ ଫୁଲମତିଙ୍କ ତଣ୍ଟକୁ ଖସି ଯାଇ ଲାଗି ଯାଇଥିଲା। ସେ ଢୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା ଓ ସେ ସେଇଠି ଅଚେତ ହୋଇ ପଡ଼ିଗଲେ। ତାଙ୍କୁ ସ୍ବାମୀ ଓ ପରିବାରର ଅନ୍ୟମାନେ ତୁରନ୍ତ ଲେଫ୍ରିପଡ଼ା ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେତେବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

Comments are closed.