Odisha Link
Bridging the Missing Links in Odisha

ହୃଦରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ କରୋନା ପରାମର୍ଶ

ଭୁବନେଶ୍ବର: କରୋନାରେ ଅଧିକ ପ୍ରଭାବିତ ହେଉଛନ୍ତି ମଧୁମେହରେ ପୀଡିତ ରୋଗୀ ଓ ହୃଦରୋଗୀ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତ ହୃଦରୋଗୀଙ୍କୁ ଡାକ୍ତର ମହେନ୍ଦ୍ର ତ୍ରିପାଠୀ ପରାମର୍ଶ ଦେଇ କହିଛନ୍ତି ଯେ, ‘ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ବଢିପାରେ। କରୋନାରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ଥିବାରୁ ହୃଦରୋଗୀଙ୍କ ସମସ୍ୟା ବଢିଥାଏ। କରୋନା ଆକ୍ରାନ୍ତ ହୃଦରୋଗ ସମ୍ପର୍କିତ ଲକ୍ଷଣକୁ ଧ୍ୟାନ ଦେବା ଉଚିତ୍। ଯେଉଁମାନଙ୍କର ପେସ୍ ମେକର ଲାଗିଛି, ସାମାନ୍ୟ କରୋନାରେ ଭୟ ନାହିଁ। ସିଭିୟର କରୋନା ଥିଲେ, ହୃଦ ସ୍ପନ୍ଦନ ବଢିଯିବାର ସମ୍ଭାବନା ଅଛି। ମୁଣ୍ଡ ବୁଲାଇବା ଲକ୍ଷଣ ଦେଖିଲେ ସେମାନେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ବାଇପାର୍ସ ସର୍ଜରୀ ପରେ ସୁସ୍ଥ ଥିବା ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ।’

କରୋନା ଆକ୍ରାନ୍ତ ମଧୁମେହ ରୋଗୀଙ୍କୁ ଡାକ୍ତର ଅନୁଜ ବଳିୟାର ସିଂହ ପରାମର୍ଶ ଦେଇ କହିଛନ୍ତି ଯେ, ସଂକ୍ରମଣ ଭୟ ଉଭୟ ସାଧାରଣ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ସମାନ। କିନ୍ତୁ ଡାଇବେଟିସ୍‌ ନିୟନ୍ତ୍ରଣ ନଥିଲେ କରୋନା ସଂକ୍ରମଣ ସମ୍ଭାବନା ଅଧିକ। କରୋନା ଆକ୍ରାନ୍ତ ଡାଇବେଟିସ୍‌ ରୋଗୀ ସୁଗାର ନିୟନ୍ତ୍ରଣରେ ରଖିବା ଜରୁରୀ। ଯଦି ସଂକ୍ରମଣ ହୁଏ, ତେବେ ସୁଗାର, ବିପି ନିୟନ୍ତ୍ରଣରେ ଅଛି କି ନାହିଁ ଦେଖିବେ। ସୁଗାର ଓ ବିପି ନିୟନ୍ତ୍ରଣରେ ଥିଲେ ହୋମ୍‌ ଆଇସୋଲେସନରେ ରହିପାରିବେ। କରୋନା ଆକ୍ରାନ୍ତ ଯୋଗୁଁ ମାନସିକ ଚାପ ବଢୁଥିବାରୁ ସୁଗାର ବଢିପାରେ। କରୋନା ଆକ୍ରାନ୍ତ ଡାଇବେଟିସ୍‌ ରୋଗୀ ଇନ୍‌ସୁଲିନ୍‌ ନେବା ଉଚିତ୍।

ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ସମସ୍ତ କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଡାଇଲିସିସ ବ୍ୟବସ୍ଥା କରାଯାଇଛି। ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ଡାକ୍ତରଙ୍କ ପରାମର୍ଶରେ ଅକ୍ସିଜେନ୍ ନେଇପାରିବେ। ଲକ୍ଷଣ ନଥିଲେ, ରୋଗୀ ଗୁରୁତର ନଥିଲେ, ଘରେ ରହି ଚିକିତ୍ସା ହୋଇପାରିବେ। ଜ୍ୱର, କାଶ ବଢିଲେ, ପତଳା ଝାଡା ହେଲେ କୋଭିଡ ହସ୍ପିଟାଲ ଯାଇପାରିବେ। ଚାଷୀ ୧୦୪କୁ ଫୋନ୍ କରି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇପାରିବେ। ଛୋଟ ଛୋଟ ସମସ୍ୟା ଥିଲେ ହସ୍ପିଟାଲ ଆସନ୍ତୁ ନାହିଁ, ରିସ୍କ ବଢିପାରେ।

ଏଥିସହ ଡାକ୍ତର ଜୟନ୍ତ ପଣ୍ଡା ଆହୁରି କହିଛନ୍ତି ଯେ, ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ଟିକା ଦେବା ବନ୍ଦ କରନ୍ତୁ ନାହିଁ। ଟିକା ନେବା ଦ୍ୱାରା ଛୁଆର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଗ୍ରାମାଞ୍ଚଳରେ ରହୁଥିବା ଲୋକେ ମନଇଛା କରୋନା ମେଡିସିନ୍ ଖାଉଛନ୍ତି। ମନଇଛା ମେଡିସିନ ଖାଇବା ବିପଜ୍ଜନକ ହୋଇପାରେ।

Comments are closed.