ଓଡିଶାରେ ବ୍ରାଉନ ସୁଗାର ମାମଲାର ତଦନ୍ତ କରିବ ଇଡି
![](https://www.odishalink.com/wp-content/uploads/2020/09/ed.jpg)
ଭୁବନେଶ୍ୱର: ବାଲେଶ୍ବର ବ୍ରାଉନ ସୁଗାର କାରବାରର ତଦନ୍ତ ଦାୟିତ୍ବ ହାତକୁ ନେଲା ଇଡି। ବ୍ରାଉନ ସୁଗାର କାରବାରରେ ମନି ଟ୍ରେଲ୍ ଏବଂ ମନି ଲଣ୍ଡରିଂର ଖୋଳତାଳ କରିବ ଇଡି। ପ୍ରଥମ ଥର ପାଇଁ ଆର୍ଥିକ ଅନିୟମିତତା ଅନୁସନ୍ଧାନରେ କେନ୍ଦ୍ରୀୟ ଏଜେନ୍ସି ଓଡିଶାରେ ବ୍ରାଉନ ସୁଗାର ମାମଲାର ଯାଞ୍ଚ କରିବ।
ଗତ ମାର୍ଚ୍ଚରେ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ନୀଲାଗିରି ଅଞ୍ଚଳରେ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨.୭୨୯ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ଲୋକନାଥ ବେହେରା ଏବଂ ପ୍ରଦୀପ କୁମାର ଦାସ। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨.୭ କୋଟି ଟଙ୍କା ବୋଲି ଜଣେ ଅଧିକାରୀ କହିଛନ୍ତି। ଏହି ଅଧିକାରୀ ଜଣକ କହିଛନ୍ତି ଯେ ଅଭିଯୁକ୍ତମାନେ ପଶ୍ଚିମବଙ୍ଗରୁ ନିଷେଧାଦେଶ ସାମଗ୍ରୀ କିଣୁଥିଲେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଉଥିଲେ।
Comments are closed.