Odisha Link
Bridging the Missing Links in Odisha

ଆଜିଠାରୁ ଗଞ୍ଜାମ ଜିଲ୍ଲାରେ କୋଭିଡ଼ି ସପ୍ତାହ ପାଳନ

ଗଞ୍ଜାମ: ଆଜିଠାରୁ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ପାଳନ ହେଉଛି କୋଭିଡ ସପ୍ତାହ। ପ୍ରଥମ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଛି। ସେହିଭଳି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ମହାନଗର ନିଗମ କମିଶନର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଛନ୍ତି। ଆଜି ସନ୍ଧ୍ୟାରେ କୋଭିଡ ସଚେତନତାର ରଥ ଗଡ଼ିବ।

ଏହା ପରେ ଘର ଘର ବୁଲି ହେଲ୍ଥ ସ୍କ୍ରିନିଂ ସହ ସାମାଜିକ ଦୁରତା ରକ୍ଷା ନେଇ ଲୋକଙ୍କୁ ସଚେତନ କରାଯିବ। ଲୋକଙ୍କୁ ମାସ୍କ ବଣ୍ଟନ କରାଯିବ ସହ ପ୍ଲାଜମା ଦାନ ପାଇଁ ଡୋନଟେ କରିବାକୁ ଥିବା ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯିବ। ଗଞ୍ଜାମରେ ସଫଳତାର ସହ କୋଭିଡ ମୁକାବିଲା ହୋଇଛି। କୋଭିଡ ମୁକାବିଲା ପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ଗଞ୍ଜାମରେ ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ମଧ୍ୟ ପ୍ରତିଷ୍ଠା ହୋଇଥିଲା। ଗଞ୍ଜାମ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରିଥିଲେ ସରକାର। ଘର ଘର ବୁଲି କରାଯାଇଥିଲା ସର୍ଭେଇଲାନ୍ସ। ଜୁଲାଇ ଶେଷ ବେଳକୁ ଗଞ୍ଜାମରେ ଦୈନିକ ୬୦୦ରୁ ୭୦୦ ପଜିଟିଭ ଚିହ୍ନଟ ହେଉଥିଲେ ମଧ୍ୟ ଅଗଷ୍ଟ ପ୍ରଥମ ସପ୍ତାହରେ ସଂଖ୍ୟା କମିବାରେ ଲାଗିଲା ଏବେ ଧିରେ ଧିରେ ସଂକ୍ରମଣ ସଂଖ୍ୟା ଶହେ ତଳକୁ ହ୍ରାସ ପାଇଛି।

Comments are closed.