ଯଦି ମୋର ଝୁଲନ୍ତା ମୃତଦେହ ମିଳେ, ମନେରଖ ତାହା ଆତ୍ମହତ୍ୟା ନୁହେଁ: ପାୟଲ ଘୋଷ
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ପାୟଲ ଘୋଷ। ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ପାୟଲ ଘୋଷ ତାଙ୍କ ସୋସିଆଲ ମିଡିଆରେ ଏକ ଚାଞ୍ଚଲ୍ୟକର ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି, ଯଦି ମୋର ଝୁଲନ୍ତା ମୃତଦେହ ମିଳେ, ତେବେ ମନେରଖ ମୁଁ ଆତ୍ମହତ୍ୟା କରି ନାହିଁ।
I have given an interview regarding the entire episode on Mr. Kashyap to a renowned portal and the next thing I get to know that they are seeking permission from Mr. Kashyap himself. India, if I am found hanging from the ceiling, remember this. I didn't commit suicide. #MeToo
— Payal Ghosh ॐ (@iampayalghosh) September 23, 2020
ପାୟଲ କହିଛନ୍ତି ଯେ, ମୁଁ ଏକ ଜଣାଶୁଣା ପୋର୍ଟାଲକୁ ଶ୍ରୀ କାଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ନେଇ ଏକ ସାକ୍ଷାତକାର ଦେଇଛି। ଏବଂ ପରବର୍ତ୍ତୀ କଥା ମୁଁ ଜାଣିବାକୁ ପାଇଲି ଯେ ସେମାନେ ନିଜେ ଅନୁରାଗ କାଶ୍ୟପଙ୍କଠାରୁ ଅନୁମତି ଲୋଡିଛନ୍ତି। ଏହା ପରେ ପାୟଲ କହିଛନ୍ତି ଯେ, ଯଦି ତାଙ୍କର କେବେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳେ, ତେବେ ମନେରଖ ଏହା ଆତ୍ମହତ୍ୟା ନୁହେଁ।
Comments are closed.