Odisha Link
Bridging the Missing Links in Odisha

ନୱାଜୁଦ୍ଦିନଙ୍କ ବିରୋଧରେ ଯୌନ ଶୋଷଣ ଓ ଧୋକା ଅଭିଯୋଗ

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଧିକିଙ୍କ ବିରୋଧରେ ଯୌନ ଶୋଷଣ ଓ ଧୋକା ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଆଲିଆ। ଆଲିଆଙ୍କୁ ଯୌନ ଶୋଷଣ ଆଉ ଧୋକା ଦେବା ପରେ ବାସୋର୍ବ ପୋଲିସ ଷ୍ଟେସନରେ ସେ ଏକ କେସ ଦାଏର କରିଛନ୍ତି। ଏଇ କିଛି ଦିନ ହେବ ନୱାଜୁଦ୍ଦିନ ଓ ତାଙ୍କ ଭାଇ ମାନସିକ ଯନ୍ତ୍ରଣା ଦେଉଥିବା ନେଇ ସେ କହିଛନ୍ତି।

ପୋଲିସ ରିପୋର୍ଟ ଅନୁଯାୟୀ, ନୱାଜୁଦ୍ଦିନ ସିଦ୍ଧିକିଙ୍କ ପତ୍ନୀ ଆଲିଆ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ବାସୋର୍ବ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ସେ ବୟାନରେ ଲେଖିଛନ୍ତି ଯେ, ‘ନୱାଜୁଦ୍ଦିନ ତାଙ୍କୁ ଦୀର୍ଘ ଦିନ ହେବ ଧୋକା ଦେବା ସହ ଅନେକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ‘। ଆଲିଆଙ୍କ ଓକିଲ ଏକ ବୟାନ ଜାରି କରିଛନ୍ତି। ସେ ଲେଖିଛନ୍ତି ମୋ ମହକିଲ ଆଲିଆ ବାସୋର୍ବ ପୋଲିସ ଷ୍ଟେସନରେ ଯୌନ ଶୋଷଣ ଆଉ ଧୋକା ଦେବା ପାଇଁ ଏକ କେଶ କରିଛନ୍ତି। ଆଶା କରୁଛୁ ଖୁବ୍ ଶୀଘ୍ର ଏହାର ପ୍ରାଥମିକ ତଦନ୍ତ ଆରମ୍ଭ ହେବ। ଏହି ବୟାନ ଉପରେ ନୱାଜୁଦ୍ଦିନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ନୱାଜୁଦ୍ଦିନଙ୍କ ଭାଇ ସମ୍ସ ଉପରେ ଆଲିଆ କଥିତ ଭାବେ ଆରୋପ କରିଛନ୍ତି ଯେ, ”ସମ୍ସ ମୋତେ ମାନସିକ ଭାବେ ନିର୍ଯ୍ୟାତନା ଦେଇଛନ୍ତି”। ଆଲିଆଙ୍କ ଆରୋପ ପରଠାରୁ ସମ୍ସ ଗାୟବ ହେଇଯାଇଛନ୍ତି। ଗାୟବ ହେବ ପୂର୍ବରୁ ସମ୍ସ କହିଥିଲେ କି ଆଲିଆ ଟଙ୍କା ପାଇଁ ଏଭଳି ମିଛ ଆରୋପ କରୁଛନ୍ତି।

ଆଲିଆ କହିଛନ୍ତି ଯେ,” ତାଙ୍କର ଗୋଟେ କମ୍ପାନୀ ଅଛି ଯାହାର ନାଁ- ମ୍ୟାଜିକ ଇଫ ଫିଲ୍ମସ ଏଲଏଲପି। ଯେଉଁଥିରେ ନୱାଜୁଦ୍ଦିନ, ଆଲିଆ ଓ ସମ୍ସ ଭାଗିଦାର ଅଛନ୍ତି। ମୋର ଏଥିରେ ୨୫ % ଭାଗିଦାରୀ ଅଛି। ଯଦି ମୋର କମ୍ପାନୀର ଗୋଟେ ଫିଲ୍ମ ପାଇଁ ମୁଁ କିଛି ଟଙ୍କା ଉଦ୍ଧାର ନେଲି ତାହେଲେ ଏହା ସମ୍ସଙ୍କ ଟଙ୍କା କେମିତି ହେଲା? ନିଜେ ତ ନୱାଜୁଦ୍ଦିନ ଟଙ୍କାରେ ଚଳୁଛନ୍ତି, ଯଦି ମୁଁ ମୋର ସ୍ୱାମୀଙ୍କୁ ଟଙ୍କା ମାଗିଲି ଆଉ ସେ ତାଙ୍କ ମ୍ୟାନେଜରଙ୍କ ଦ୍ୱାରା ଟଙ୍କା ଟ୍ରାନ୍ସଫର କଲେ ତାହେଲେ ସେ ସମ୍ସଙ୍କ ଟଙ୍କା କେମିତି ହେଲା? ତାଛଡା ମୁଁ ନୱାଜୁଦ୍ଦିନଙ୍କ ପତ୍ନୀ ତାଙ୍କୁ କାହିଁକି ଟଙ୍କା ମାଗିବି?

Comments are closed.