Odisha Link
Bridging the Missing Links in Odisha

ସଂପୃକ୍ତ ପୋଲିସ ବି ତଦନ୍ତ ପରିସରଭୁକ୍ତ: ସିପି

ଭୁବନେଶ୍ବର: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ନୂଆ ମୋଡ଼ ନେଇଛି। ଟୁଇନ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ଦେଇଛନ୍ତି ଯେ, ସଂପୃକ୍ତ ପୋଲିସ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ। ତଦନ୍ତ ଠିକ ଭାବେ ଚାଲିଛି। ଠିକ ସମୟ ଆସିଲେ କହିହେବ। ଏବେ ସେ ନେଇ କିଛି ବକ୍ତବ୍ୟ ରଖିବା ତଦନ୍ତକୁ ପ୍ରଭାବିତ କରିବ। ସଂପୃକ୍ତ ପୋଲିସ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ ଅଛନ୍ତି। ସତ୍ୟତା ଏବଂ ପ୍ରମାଣ ଭିତ୍ତିରେ ଯାହା କିଛି ନିଷ୍ପତ୍ତି କରାଯିବ। ତଦନ୍ତ ସେଭଳି ସ୍ତରରେ ପହଞ୍ଚି ନିର୍ଯ୍ୟାସ ବାହାରିଲେ ଅଦାଲତଙ୍କୁ ଜଣାଇବୁ।

ସୂଚନାଯୋଗ୍ୟ ଯେ, ଲକଡାଉନରେ ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ସୋମବାର ମହିଳା କମିଶନଙ୍କ ନିକଟରେ ନିକଟରେ ହାଜର ହୋଇଥିଲେ ଓଟିଭି ଏମଡି ଜାଗିମଙ୍ଗତ ପଣ୍ଡା। ଗତ ୧୪ ତାରିଖ ଦିନ ଦିନ କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ ଶ୍ରୀମତୀ ପଣ୍ଡା ବ୍ୟକ୍ତିଗତଭାବେ ହାଜର ହୋଇଥିଲେ। ପୀଡ଼ିତା ନାବାଳିକାଙ୍କ ମା’ଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଓ ଦାଖଲ କରାଯାଇଥିବା ଅଡ଼ିଓ କ୍ଲିପକୁ ଆଧାର କରି ଜାରି ହୋଇଥିବା ନୋଟିସ ଆଧାରରେ ଶ୍ରୀମତୀ ପଣ୍ଡା ମହିଳା କମିସନଙ୍କ ନିକଟରେ ହାଜର ହୋଇଥିଲେ।

Comments are closed.