Odisha Link
Bridging the Missing Links in Odisha

ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ନଈ ପାରି ହେଲେ ଦୁଇ ଅଙ୍ଗନବାଡି ଦିଦି

ମାଲକାନଗିରି : କର୍ମ ହିଁ ଭଗବାନ । ତାହାର ପ୍ରମାଣ ଦେଇଛନ୍ତି ମହିଳା ଅଙ୍ଗନବାଡି କର୍ମୀ ।ସେମାନେ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଶିଶୁଙ୍କ ଖାଦ୍ୟ ବଂଟନ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ନଇ ପାରି ହୋଇଥିଲେ । ଏହିଭଳି ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ ।

ରାଲେଗଡା ଗ୍ରାମ ପଞ୍ଚାୟତର ୨ ଜଣ ମହିଳା ଅଙ୍ଗନୱାର୍ଡି କର୍ମୀ ଭରା ନଇ ପାରି ହୋଇଥିଲେ । ସେମାନେ ହେଲେ ପ୍ରମିଳା ପେଲମେଲ ଓ ହେମଲତା ଶିଶା ।

ପ୍ରମିଳା ସୁଆପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିବା ବେଳେ ହେମଲତା ନେଡୁପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି । ଏହି ଦୁଇଟି ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ହେଲେ ନେରୁଡପାଲି ନାଳ ପାରି ହେବାକୁ ପଡେ ।

ବର୍ଷା ଦିନେ ନେରୁଡପାଲି ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥାଏ । ତେବେ ସେବା କରିବା କ୍ଷେତ୍ରରେ ଭରା ନାଳକୁ ଦେଖି ପଛେଇ ଯାଇ ନଥାନ୍ତି ଏହି ଦୁଇ ଜଣ ଅଙ୍ଗନୱାଡି କର୍ମୀ । ସେମାନେ ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ପାଣିର ପ୍ରଖର ସ୍ରୋତକୁ କାଟି ଲୋକଙ୍କ ପାଖରେ ପହଞ୍ଚିଥାନ୍ତି ।

ସେମାନେ ଜଣେଇ ଦେଇଛନ୍ତି ଜୀବନ ଅପେକ୍ଷା ଜୀବିକା ବେଶ ଗୁରୁତ୍ୱପୂର୍ଣ୍ଣ ।

Comments are closed.