କରୋନା: ଦେଶରେ ୮୬୦୫୨ ନୂଆ କରୋନା ଆକ୍ରାନ୍ତ; ୧୧୪୧ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୮୬ ହଜାର ୦୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮ଲକ୍ଷ ୧୮ହଜାର ୫୭୦ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୧୪୧ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି।
ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୯୨ ହଜାର ୨୯୦ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୭୦ ହଜାର ୧୧୬ ଜଣ ସକ୍ରିୟ ରୋଗୀ ଥିବାବେଳେ ୪୭ ଲକ୍ଷ୫୬ ହଜାର ୧୬୪ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.