Odisha Link
Bridging the Missing Links in Odisha

ଏନ୍‌ସିବି ରାଡାରରେ କରଣ ଜୋହର

ମୁମ୍ବାଇ: ଖୋଲୁଛି ମାୟାନଗରୀର ‘ଡି’ ଲିଙ୍କ୍। ଡ୍ରଗ୍‌ସ ଲିଙ୍କ ନେଇ ଏନ୍‌ସିବି ଜୋରଦାର ତନାଘନା ଜାରି ରଖିଛି। ଡ୍ରଗ୍‌ସ ଲିଙ୍କ ନେଇ ଅଭିନେତ୍ରୀ ରକୁଲ୍ ପ୍ରୀତ୍, ଦୀପିକା, ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କ ନାଁ ସାମ୍ନାକୁ ଆସିଛି। ଆଜି ଏନ୍‌ସିବି ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂଙ୍କୁ ଜେରା କରିଛି।।

ଗତକାଲି ଦୀପିକାଙ୍କ ସମେତ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ ଜେରା କରାଯିବ। ଏନ୍‌ସିବି ସ୍କାନରରେ କରଣ ଜୋହର ସମେତ ପ୍ରାୟ ୫୦ ଜଣାଶୁଣା ଅଭିନେତା, ଅଭିନେତ୍ରୀ, ପ୍ରଡ୍ୟୁସର, ଡାଇରେକ୍‌ଟର ଅଛନ୍ତି।

ଏନ୍‌ସିବି ଡ୍ରଗ୍‌ସ ଲିଙ୍କ୍ ନେଇ ଜୁଲାଇ ୨୭, ୨୦୧୯ ମସିହାରେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ତଦନ୍ତ କରିପାରେ। ଏହି ପାର୍ଟିରେ କୋକେନ୍ ଡ୍ରଗ୍ସର ବ୍ୟବହାର କରାଯାଇଥିବା ନେଇ ଏନ୍‌ସିବି ସନ୍ଦେହ କରୁଛି। ଏଥିସହ ପାର୍ଟିରେ ଉପସ୍ଥିତ ଥିବା ସମସ୍ତ ଲୋକମାନେ ଏନ୍‌ସିବିର ରାଡାରରେ ଆସିପାରନ୍ତି।

https://www.instagram.com/p/B0bn6fpnRk-/?utm_source=ig_embed&utm_campaign=embed_video_watch_again

କରଣ ଜୋହରଙ୍କ ଏହି ପାର୍ଟିରେ ଦୀପିକା ପାଦୁକୋନ, ମଲାଇକା ଅରୋଡା, ଶାହିଦ କପୁର, ବରୁଣ ଧୱନ, ଭିକ୍କି କୌଶଲ, ରଣବୀର କପୁର, ଶାହିଦ କପୁରଙ୍କ ସ୍ତ୍ରୀ ମୀରା କପୁର ଭଳି ଷ୍ଟାର ଉପସ୍ଥିତ ଥିଲେ। ଏହି ପାର୍ଟିର ଭିଡିଓ କରଣ ଜୋହର ଜୁଲାଇ ୨୮ ୨୦୧୯ ମସିହାରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ।

 

Comments are closed.