ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କରୋନା

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କରୋନା। କରୋନା ପଜିଟିଭ୍ ହୋଇଥିବା ନେଇ ସେ ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ମନ୍ତ୍ରୀ ତୁଷାରକାନ୍ତି ଟ୍ବିଟ୍ କରି କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ପଜିଟିଭ୍ ଆସିବା ପରେ ମୁଁ ନିଜକୁ ଗୃହ ସଙ୍ଗରୋଧରେ ରଖିଛି। ମୋର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।
I have tested COVID positive today. Hence I request all my friends and associates who came in contact with me in last 7 days to test & isolate themselves.#StaySafe
— Tusharkanti Behera (@btushar02) September 25, 2020
ଏଥିସହ ମନ୍ତ୍ରୀ ତୁଷାରକାନ୍ତି ଗତ ୭ ଦିନ ମଧ୍ୟରେ ତାଙ୍କ ସହିତ ଯୋଗାଯୋଗରେ ଆସିଥିବା ତାଙ୍କର ବନ୍ଧୁ ଏବଂ ସହଯୋଗୀମାନଙ୍କୁ କରୋନା ପରୀକ୍ଷା କରାଇବା ସହ ଆଇସୋଲେସନ୍ରେ ରହିବାକୁ ଅନୁରୋଧ କରିଛନ୍ତି।
Comments are closed.