Odisha Link
Bridging the Missing Links in Odisha

ଏନସିବି କାର୍ଯ୍ୟାଳୟରେ ହାଜର ହେବେ ଅଭିନେତ୍ରୀ ରାକୁଲପ୍ରୀତ

ମୁମ୍ବଇ: ଆଜି ଏନସିବିରେ ହାଜର ହେବେ ଅଭିନେତ୍ରୀ ରକୁଲପ୍ରୀତ ସିଂ। ଗତକାଲି ତାଙ୍କ ନିକଟରେ ପହଁଚିଥିଲା ଏନସିବିର ସମନ୍। ଆଜି ରକୁଲପ୍ରୀତ୍ ଏନସିବିରେ ହାଜର ହେବା ପରେ ଏନସିବି ପକ୍ଷରୁ ପଚରାଉଚରା ଜାରି ରହିଛି। ଏହି ଡ୍ରଗ୍ସ କାରବାରରେ କିଏ କିଏ ସଂପୃକ୍ତ ତାହା ମଧ୍ୟ ସାମ୍ନାକୁ ଆସିବ। ସେହିପରି ଆଜି ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ମଧ୍ୟ ହାଜର ହେବେ। ତେବେ ଆଜି ବଦଳରେ ଆସନ୍ତାକାଲି ଏନ୍ସିବିରେ ହାଜର ହେବେ ଅଭିନେତ୍ରୀ ଦୀପିକା ପାଦୁକୋନ୍। ଆସନ୍ତାକାଲି ଏନସିବିରେ ହାଜର ହେବେ ୩ ଜଣ। ଦୀପିକା ପାଦୁକୋନଙ୍କ ସମେତ ସାରା ଅଲି ଖାନ୍ ଏବଂ ଶ୍ରଦ୍ଧା କପୁର ହଜାର ହେବେ।

ପ୍ରକାଶ ଯେ,  ବଲିଉଡ୍ର ଡ୍ରଗ୍ସ ଲିଙ୍କ୍ ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ୭ ଜଣଙ୍କୁ ସମନ୍ କରାଯାଇଛି। ଏନସିବିର ସମନ୍ ପରେ ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍। ଏନ୍ସିବିର ସମନ୍ ପରେ ସ୍ୱାମୀ ରଣବୀର ସିଂଙ୍କ ସହ ଦୀପିକା ମୁମ୍ବାଇରେ ପହଞ୍ଚିଛନ୍ତି। ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋନକୁ ଜେରା କରିବ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ। ତାଙ୍କର ଏକ ଡ୍ରଗ୍ସ ଚାଟ୍ ପଦାକୁ ଆସିବା ପରେ ଦୀପିକାଙ୍କୁ ସମନ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ। ୨୦୧୭ର ଏକ ଚାଟ ବାବଦରେ ଅଧିକ ତଥ୍ୟ ପାଇଁ ତାଙ୍କୁ ପଚରା ଉଚରା କରିବ ଏନସିବି।

Comments are closed.