Odisha Link
Bridging the Missing Links in Odisha

ଭାରତକୁ ୨୦ ହଜାର କୋଟି ଝଟକା: ଟିକସ ବିବାଦ ମାମଲା ଜିତିଲା ଭୋଡାଫୋନ୍‌

ନୂଆଦିଲ୍ଲୀ: ଭାରତକୁ ୨୦ ହଜାର କୋଟି ଝଟକା। ବ୍ରିଟେନର ଟେଲିକମ୍ କମ୍ପାନୀ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତାର ଏକ ଗୁରୁତ୍ଵପୂର୍ଣ୍ଣ ମୋକଦ୍ଦମା ଜିତି ଯାଇଛି। ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମାମଲା ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସ ସହ ଜଡିତ ଥିଲା। ଭାରତ ସରକାର ଓ ଭୋଡାଫୋନ ମଧ୍ୟରେ ଏହି ମାମଲା ୨୦ ହଜାର କୋଟି ଟଙ୍କାର ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସକୁ ନେଇ ଥିଲା।ଏହି କେସ୍‌ରେ ଭୋଡାଫୋନ ପକ୍ଷରେ ନିଷ୍ପତ୍ତି ଆସିଛି।

ଏନେଇ ଭୋଡାଫୋନ ପକ୍ଷରୁ କୁହାଯାଇଛି ଯେ, ସିଙ୍ଗାପୁରର ଏକ ଅର୍ନ୍ତଜାତୀୟ ଅଦାଲତରେ ଭାରତ ସରକାର ତାଙ୍କ ଉପରେ ଚଳାଇଥିବା ମାମଲାର ଜିତାପଟ ଭୋଡାଫୋନ କମ୍ପାନୀର ହୋଇଛି। ଏହି ମାମଲାରେ ଭାରତ ସରକାର ୧୨ ଶହ କୋଟିର ଟ୍ୟାକ୍ସ ଓ ୭ ହଜାର ୯ ଶହ କୋଟିର ଜୋରିମାନା ଲଗାଇ ଏକ ମାମଲା ଚଳାଇଥିଲେ। ଯାହାକୁ ଅନାୟଶରେ ଜିତି ନେଇଛି ବିଶାଳ ଟେଲିକମ୍ ନେଟୱାର୍କ ଭୋଡାଫୋନ କମ୍ପାନୀ।

ଭୋଡାଫୋନ କମ୍ପାନୀ ଉପରେ ଏହି ମାମଲା ସରକାର ଦାଖଲ କରିବା ପରେ କମ୍ପାନୀ ପକ୍ଷରୁ ୨୦୧୬ରେ ଭାରତ ସରକାରଙ୍କ ବିରୋଧରେ ସିଙ୍ଗାପୁରର ଅର୍ନ୍ତଜାତୀୟ ମଧ୍ୟସ୍ଥତା ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ । ଲାଇସେନ୍ସ ଫି ଓ ସ୍ପେଶର ଅପବ୍ୟବହାରକୁ ନେଇ ଭାରତ ସରକାର ଓ ଭୋଡାଫୋନ କମ୍ପାନୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

ଟ୍ରିବୁନାଲ ନିଜ ଫଇସଲାର କହିଛନ୍ତି ଯେ, ଭାରତ ସରକାର ଭୋଡାଫୋନଠାରୁ ବକେୟା ମାଗିବା ବନ୍ଦ କରିବା ଆବଶ୍ୟକ। ଏଥିସହିତ ଆଇନଗତ ଲଢ଼େଇ ଲଢ଼ିବା ନେଇ କମ୍ପାନୀ ପକ୍ଷରୁ ହୋଇଥିବା ଖର୍ଚ୍ଚ ବାବଦକୁ ୫୪.୭ ଲକ୍ଷ ଡଲାର ଦେବାକୁ କୁହାଯାଇଛି। ତେବେ ଏ ସମ୍ପର୍କରେ ଭାରତ ଏବଂ ଅର୍ଥମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

Comments are closed.