ଟ୍ରଲର ତଳେ ପଶିଗଲା ବାଇକ୍, ୨ ମୃତ

ରାୟଗଡା: ରାୟଗଡାରେ ସଡକ ଦୁୁର୍ଘଟଣାରେ ଦୁଇ ବାଇକ ଆରୋହିଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶାନ୍ତୁନୁ ମାଣ୍ଡାଙ୍ଗି ଓ ଶିବ ମାଣ୍ଡାଙ୍ଗି। ଭାରସାମ୍ୟ ହରାଇ ୧୪ ଚକିୟା ଟ୍ରଲର ତଳେ ପଶି ଯାଇଥିଲା ବାଇକ। ଫଳରେ ଚକା ତଳେ ଚାପି ହୋଇ ଦୁହିଁଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ଅନୁସାରେ,ଗତକାଲି କୌଣସି କାମରେ ଉଭୟେ ରାୟଗଡ଼ା ଆସି ବାଇକ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ରାୟଗଡ଼ା ପୁଲିସ ସୂଚନା ଦେଇଛି। ଉଭୟଙ୍କ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ମୃତକଙ୍କ ଘର କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନାର ଡୁମୁରି ପଦର ଗ୍ରାମରେ ବୋଲି ଜଣାଯାଇଛି।
Comments are closed.