ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭର ଛୁ
ଭଦ୍ରକ: ଗତକାଲି ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏମିତି ଏକ ଘଟଣା ଦେଖବାକୁ ମିଳିଛି ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ। ଏହି ଦୁର୍ଘଟଣାରେ ରୋଗୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇ ଡ୍ରାଇଭର ଛୁ ମାରିଥିବା ବେଳେ ଆହତମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ରୋଗୀ, ତାଙ୍କ ପତ୍ନୀ ଓ ୨ ପୁଅ ଅଛନ୍ତି।
ପ୍ରକାଶ ଯେ, ଭୋଗରାଇ ନହରା ଗାଁର ଭବଶଙ୍କର ମିଶ୍ରଙ୍କୁ ପରିବାର ଲୋକେ କଟକ ଆଣିଥିଲେ। କଟକରୁ ଫେରିବା ବାଟରେ ଭୋର ୪.୩୦ ରେ ରାହାଞ୍ଜ ଛକ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଏହି ଦୁର୍ଘଟଣାରେ ଭବଶଙ୍କରଙ୍କ ସମେତ ତାଙ୍କ ୨ ପୁଅ ସୁଶାନ୍ତ ମିଶ୍ର, ସୁମନ୍ତ ମିଶ୍ର ଓ ପତ୍ନୀ ଶାନ୍ତିଲତା ମିଶ୍ର ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.