ଓକିଲଙ୍କ ଫିସ୍ ଦେବାକୁ ସବୁ ଅଳଙ୍କାର ବିକ୍ରି କରିଛନ୍ତି ଅନୀଲ ଅମ୍ବାନୀ
ଲଣ୍ଡନ: ଉଦ୍ୟୋଗୀ ଅନୀଲ ଅମ୍ବାନୀ ନିଜ ଓକିଲଙ୍କୁ ଫିସ୍ ଦେବା ପାଇଁ ନିଜର ସମସ୍ତ ଅଳଙ୍କାର ଗୁଡ଼ିକୁ ବିକ୍ରୟ କରିଛନ୍ତି ।ସେ ଏହା ଲଣ୍ଡନର ଅଦାଲତରେ କହିଛନ୍ତି । ସେ କହିଛନ୍ତି ଯେ, ୨୦୨୦ ଜାନୁଆରି ରୁ ଜୁନ୍ ମଧ୍ୟରେ ତାଙ୍କର ସବୁ ଅଳଙ୍କାର ବିକ୍ରି ବାବଦରେ ସେ ୯. ୯ କୋଟି ଟଙ୍କା ପାଇଥିଲେ। ଏବେ ତାଙ୍କ ପାଖରେ କିଛି ନାହିଁ। କେତେଗୁଡ଼ିଏ ବିଳାସପୂର୍ଣ୍ଣ ଯାନ ଥିବା କଥା ପଚାରାଯିବାରୁ ସେ କହିଲେ, ଏ ସବୁ ଗଣମାଧ୍ୟମର କଳ୍ପନାପ୍ରସୂତ କହାଣୀ। ମୋର କେବେ ରୋଲ୍ସ୍-ରୟସ୍ ନ ଥିଲା। ଏବେ ମୁଁ ଗୋଟିଏ କାର୍ ଚଳାଉଛି।
ସେ କହିଛନ୍ତି ଯେ, ୨୦୨୦ ଜାନୁଆରି ରୁ ଜୁନ୍ ମଧ୍ୟରେ ତାଙ୍କର ସବୁ ଅଳଙ୍କାର ବିକ୍ରି ବାବଦରେ ସେ ୯. ୯ କୋଟି ଟଙ୍କା ପାଇଥିଲେ। ଏବେ ତାଙ୍କ ପାଖରେ କିଛି ନାହିଁ। କେତେଗୁଡ଼ିଏ ବିଳାସପୂର୍ଣ୍ଣ ଯାନ ଥିବା କଥା ପଚାରାଯିବାରୁ ସେ କହିଲେ, ଏ ସବୁ ଗଣମାଧ୍ୟମର କଳ୍ପନାପ୍ରସୂତ କହାଣୀ। ମୋର କେବେ ରୋଲ୍ସ୍-ରୟସ୍ ନ ଥିଲା। ଏବେ ମୁଁ ଗୋଟିଏ କାର୍ ଚଳାଉଛି।
୨୦୨୦ ଜୁନ୍ ୧୨ ତାରିଖ ସୁଦ୍ଧା ତିନୋଟି ଚୀନା ବ୍ୟାଙ୍କ୍କୁ ଟ. ୫,୨୮୧ କୋଟି ଓ ଟ. ୭ କୋଟି ଋଣ ପରିଶୋଧ କରିବାକୁ ୨୦୨୦ ମେ ୨୨ ତାରିଖ ଦିନ ଇଂଲଣ୍ଡ୍ର ଏକ୍ସେସିଭ୍ କୋର୍ଟ ଅମ୍ବାନୀଙ୍କୁ ଆଦେଶ ଦେଇଥିଲେ। କିନ୍ତୁ, ଏହି ଅର୍ଥ ପରିଶୋଧ ହୋଇ ନ ଥିଲା। ଏହା ପରେ ଜୁନ୍ ୧୫ ତାରିଖ ‘ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍ କମର୍ସିଆଲ୍ ବ୍ୟାଙ୍କ୍ ଅଫ୍ ଚାଇନା ଲିମିଟେଡ୍’ ନେତୃତ୍ବରେ ଏହି ଚୀନା ବ୍ୟାଙ୍କ୍ମାନେ ଅମ୍ବାନୀଙ୍କ ସମ୍ପତ୍ତି ଘୋଷଣା ଆଦେଶ ଦିଆଯାଉ ବୋଲି ଆବେଦନ କରିଥିଲେ।
ତେଣୁ, ଜୁନ୍ ୨୯ ତାରିଖ ଦିନ ମାଷ୍ଟର୍ ଡେଭିସନ୍ ଅମ୍ବାନୀଙ୍କୁ ଆଦେଶ ଦେଇ କହିଥିଲେ କି, ବିଶ୍ବବ୍ୟାପୀ ଥିବା ନିଜ ସମ୍ପତ୍ତିର ହିସାବ ୭୪ ଲକ୍ଷ ଟଙ୍କାରୁ ଅଧିକ ଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରନ୍ତୁ। ସେସବୁ ତାଙ୍କର ବ୍ୟକ୍ତିଗତ ନାମରେ ଅଛି କି, ନାହିଁ, ସେସବୁ ତାଙ୍କ ବ୍ୟକ୍ତିଗତ ମାଲିକାନା କିଂବା ମିଳିତ ମାଲିକାନାରେ ଅଛି କି, ନାହିଁ ତାହା ସତ୍ୟପାଠରେ ଉଲ୍ଲେଖ କରିବା ପାଇଁ ସେ ଅମ୍ବାନୀଙ୍କୁ ଆଦେଶ ଦେଇଥିଲେ।
ଅଦାଲତ ଶୁଣାଣି କରି କହିଥିଲେ ଯେ, ଅମ୍ବାନୀ ତାଙ୍କ ମାଆଙ୍କ ଠାରୁ ୫୦୦ କୋଟି ଓ ପୁଅ ଅନ୍ମୋଲ୍ ଠାରୁ ୩୧୦ କୋଟି ଟଙ୍କା ଋଣ କରିଛନ୍ତି।
Comments are closed.