ୟୁନିଟ -୨ ର ଉଠାଦୋକାନୀଙ୍କୁ ହଟେଇଲା ବିଏମସି
![](https://www.odishalink.com/wp-content/uploads/2020/09/illegal-eviction-.jpg)
ଭୁବନେଶ୍ବର: ଭୁବନେଶ୍ବର ୟୁନିଟ -୨ ମାର୍କେଟ ବିଲ୍ଡିଂ ରେ ୨୪ଟି ଉଠା ଦୋକାନି ଗୁଡ଼ିକୁ ଉଚ୍ଛେଦ କରାଯାଇଛି । କାର ପାର୍କିଂ ନିର୍ମାଣର ଅଗ୍ରଗତିରେ ବାଧା ସୃଷ୍ଟି କରିଥିବାରୁ ଏହି ଉଚ୍ଛେଦ କରାଯାଇଛି । ତେବେ ଏହି ଉଚ୍ଛେଦକୁ ବେଆଇନ ବୋଲି କହିଛନ୍ତି କ୍ଷୁଦ୍ର ବ୍ୟବସାୟୀ ସଂଘ ।
ପୁଲିସର ସହାୟତାରେ ନେଇ ବୁଲଡୋଜ଼ର ଲଗାଇ ଉଚ୍ଛେଦ କରିଛ ବିଏମସି। ସେପଟେ ଏହି ଉଚ୍ଛେଦକୁ ବେଆଇନ ଦର୍ଶାଇଛି। ନିଖିଳ ଉତ୍କଳ ଉଠାଦେକାନ କ୍ଷୁଦ୍ର ବ୍ୟବସାୟୀ ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ବିଏମସି ଉଚ୍ଛେଦ କରିଥିବା ସଂଘ ଅଭିଯୋଗ କରିଛି। ସେପଟେ ସ୍ମାର୍ଟ ସିଟି ପ୍ରୋଜେକ୍ଟ ପକ୍ଷରୁ ଅଭିଯୋଗ ପରେ ବିଏମସି ଏଭଳି ପଦକ୍ଷେପ ନେଇଥିବା କହିଛି। ଆଗକୁ ବି ବେଆଇନ ନିର୍ମାଣ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ବିଏମସି ଆସିଷ୍ଟାଣ୍ଡ କମିଶନର।
Comments are closed.