ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ବର: ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବଡଖୁଲିଖବର ଆଣିଛନ୍ତି। ଅକ୍ଟୋବର ୩ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ସେହିଦିନ ସନ୍ଧ୍ୟାରେ ପରୀକ୍ଷା ସେଣ୍ଟର ଥିବା ସହରରେ ପହଞ୍ଚିବ।
ପୂର୍ବତଟ ରେଳପଥ ଅଧିନରେ ଥିବା ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ବ୍ରହ୍ମପୁର, କେନ୍ଦୁଝରଗଡ଼, ଖରିଆର ରୋଡ଼ ଓ କୋରାପୁଟରୁ ଅପରାହ୍ନ ୪ଟାରେ ଛାଡ଼ିବ। ସେହିଭଳି କେରାପୁଟରୁ ସନ୍ଧ୍ୟା ୫ଟାରେ ଏବଂ ଅନ୍ୟ ଷ୍ଟେସନଗୁଡ଼ିକରୁ ଦିନ ୧ଟାରେ ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ଛାଡ଼ିବ।
ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ହେଲା:
– ବିଜୟଓ୍ଵାଡା-ବିଶାଖାପାଟଣା ଏଗଜାମିନେସନ ସ୍ପେଶାଲ
– କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଏଗଜାମିନେସନ ସ୍ପେଶାଲ
– ଇଚ୍ଛାପୁରମ-ବିଶାଖାପାଟଣା ଏଗଜାମିନେସନ ସ୍ପେଶାଲ
– କେନ୍ଦୁଝରଗଡ଼-କଟକ ଏଗଜାମିନେସନ ସ୍ପେଶାଲ
– ବ୍ରହ୍ମପୁର-କଟକ ମେମୁ ଏଗଜାମିନେସନ ସ୍ପେଶାଲ
– ଖରିଆର ରୋଡ଼-ସମ୍ବଲପୁର ଏଗଜାମିନେସନ ସ୍ପେଶାଲ
– କୋରାପୁଟ-କଟକ ପାସେଞ୍ଜର ଏଗଜାମିନେସନ ସ୍ପେଶାଲ
– ରାଉରକେଲା-କଟକ ଭାୟା ଝାରସୁଗୁଡ଼ା ଏଗଜାମିନେସନ ସ୍ପେଶାଲ
– ବାରିପଦା-କଟକ ଏଗଜାମିନେସନ ସ୍ପେଶାଲ
Comments are closed.