ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ସୁମନ ଆଉ କହିଲେ…
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ କୋଣ ସାମ୍ନାକୁ ଆସିଛି। ସେବେଠାରୁ ଅଭିନେତାଙ୍କ ମାମଲାରେ ସାମାନ୍ୟ ହ୍ରାସ ପାଇଛି। ବର୍ତ୍ତମାନ ଅଭିନେତା ଶେଖର ସୁମନ ପୁଣି ଥରେ ଏହି ପ୍ରସଙ୍ଗରେ ନାଗରିକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ ଲିଙ୍କ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଅନୁସନ୍ଧାନରେ ବର୍ତ୍ତମାନ ଅନେକ ବଡ ତାରକାଙ୍କ ନାମ ପ୍ରକାଶ ପାଇଛି। ସମସ୍ତ ଧ୍ୟାନ ବର୍ତ୍ତମାନ ଏହି ବଡ ନାମଗୁଡିକ ଉପରେ ଅଛି । ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ଯେପରି କୁଆଡେ ହଜି ଯାଇଛି । ସମସ୍ତଙ୍କର ନଜର ବର୍ତ୍ତମାନ ବଲିଉଡର ଡ୍ରଗ୍ସ ମାମଲା ଉପରେ ।
ଶେଖର ସୁମନ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଜରିଆରେ ଟୁଇଟ୍ କରିଛନ୍ତି। ଏହି ଟୁଇଟ୍ରେ ଶେଖର ଲେଖିଛନ୍ତି, ଡ୍ରଗ୍ସ ନେଉ ଥିହବା ଲୋକଙ୍କୁ ମରିବାକୁ ଦିଅ, ଜେଲରେ ରଖ, ଦେଶରୁ ବାହାର କର କି ସିନେମା ଇଣ୍ଡଷ୍ଟ୍ରିରୁ ବାହାର କର କିଛି ଫରକ ବଡିବ ନାହି , ଆମେ ଖାଲି ଏତିକି ଜାଣିବାକୁ ଚାହୁଁଛୁ କି ସୁଶାନ୍ତ ସିଂ ରାଜପୁତଙ୍କୁ କିଏ ଓ କାହିଁକି ମାରିଛି ? ରୋଷେୟା, ଖଟ୍ରି, ଲକସ୍ମିଟ୍, ଆମ୍ବୁଲାନ୍ସ ରେ ଥିବା ଲୋକ ,ମୁହଁ ଘୋଡେଇ ଥିବା ଝିଅ ଏବଂ ପୁରା ଗ୍ୟାଙ୍ଗ ସବୁ କୁଆଡେ ଗଲେ। ”
Druggies ko marne do..salakhon ke peeche dalo,desh se nikalo,film se nikalo humey koi matlab nahin.Humey sirf ye batao Sushant ko kisne maara aur kyon????Kahan gaye pithani,neeraj,samuel,khatri,cook,locksmith,ambulance waala,naqab waali ladki n d whole gang??
— Shekhar Suman (@shekharsuman7) September 24, 2020
ସୁଶାନ୍ତ ସିଂଙ୍କ ଦେହାନ୍ତ ପରେ ଶେଖର ସୁମନ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି। ସେ ବର୍ତ୍ତମାନ ସୁଶାନ୍ତଙ୍କ ମାମଲା ଉପରେ ଧ୍ୟାନ ଦେଇଛନ୍ତି, ଯାହାକୁ ଦୃଷ୍ଟିରେ ରଖି ଶେଖର ସୁମନ ତାଙ୍କ ମତ ଦେଇଛନ୍ତି।
Comments are closed.