ଖୋର୍ଦ୍ଧାରୁ ୨୬୨ ଗ୍ରାମ୍ ବ୍ରାଉନ ସୁଗାର ଜବତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗା ଅଞ୍ଚଳରୁ ୨୬୨ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଆଜି ଦୁଇଜଣ ଯୁବକଙ୍କୁ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି। ସେମାନଙ୍କୁ ଗିରଫ କରିବା ବେଳେ ପୋଲିସ ସେମାନଙ୍କ ନିକଟରୁ ୨୬୨ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଛି।
ଏକ ନିର୍ଭରଯୋଗ୍ୟ ସୂଚନା ଆଧାରରେ, ଖୋର୍ଦ୍ଧା ସଦର ପୋଲିସ ସୀମା ଅନ୍ତର୍ଗତ ତାପଙ୍ଗ କ୍ରସିଂ ନିକଟରେ ଏନ୍ଏଚ୍-୧୬ ରେ ଦୁଇଜଣ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ। ବ୍ରାଉନ ସୁଗାର ଜବତ ହେବା ପରେ ଖୋର୍ଦ୍ଧା ସଦର ପୋଲିସ ଷ୍ଟେସନରେ ଏନ୍ଡିପିଏସ୍ ଅଧିନିୟମ ୧୯୮୫ ର ଧାରା 21 (ସି) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଚାରି ରଖିଛି।
Comments are closed.