କୋଭିଡ୍ ଗୁମର ଖୋଲିଲେ ଉମା
![](https://www.odishalink.com/wp-content/uploads/2020/09/Uma-Samantaray-11.jpg)
ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଉ ପ୍ରଶ୍ନ ଉଠିଲା। ଏନେଇ ପ୍ରଶ୍ନ ଉଠାଇଲେ ଖୋଦ୍ ଶାସକ ଦଳର ବିଧାୟକ ଉମା ସାମନ୍ତରାୟ। ଉମାଙ୍କ କହିବା ଅନୁଯାୟୀ, ବିରୋଧୀ ଯେଉଁ ଅଭିଯୋଗ ଅଣିଛନ୍ତି ତାହା ସଂପୂର୍ଣ୍ଣ ମିଛ ନୁହେଁ। ମୁଁ ଏକଥାକୁ ସ୍ବୀକାର କରୁଛି ବୋଲି କହିଛନ୍ତି ବିଧାୟକ ଉମା ସାମନ୍ତରାୟ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତିକି ବେଡ୍ ଅଛି, ତାହାଠାରୁ ଅଧିକ ରୋଗୀ ଆସୁଛନ୍ତି।
ଯେଉଁ ହାରରେ ରୋଗୀ ବଢ଼ୁଛନ୍ତି ଅଧିକ ଆଇସିୟୁ ବେଡ୍ ଦରକାର। ଯେତିକି କୋଭିଡ୍ ହସ୍ପିଟାଲ ଅଛି ଯଥେଷ୍ଟ ନୁହେଁ। ଆହୁରି ବଢ଼ାଇବାକୁ ହେବ। ଆଇସିୟୁ ବଢ଼ାଇବାକୁ ପଡ଼ିବ ଓ ଏପରି ହେଲେ ରୋଗୀ ଫେରିବେନି। ଯେଉଁମାନଙ୍କୁ କୋଭିଡ୍ ହୋଇନି ମେଡିକାଲ ଗଲେ ଚିକିତ୍ସା ମିଳୁ ନାହିଁ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଓଏସଟିଏଫ ଓ ବିଏସକେଓ୍ବାଇ କାର୍ଡରେ ବହୁତ ତାରତମ୍ୟ ସମାନ କରାଯାଉ। ପ୍ରମୁଖ ଘରୋଇ ମେଡିକାଲ ବିଏସକେଓ୍ବାଇ କେର୍ଡ ଗ୍ରହଣ କରୁ ନାହାନ୍ତି। କାରଣ ରାଜ୍ୟ ସେହି ମେଡିକାଲ ସହ ଏମଓୟୁ କରିନାହାନ୍ତି।
Comments are closed.