Odisha Link
Bridging the Missing Links in Odisha

କରୋନା: ମିଛ ଧରା ପକାଉଛି ସତ୍ୟନଗର ଶ୍ମଶାନ

ଭୁବନେଶ୍ବର: ରାଜ୍ୟରେ କରୋନା କେଳେଙ୍କାରୀ ଲାଗି ରହିଥିବା ବେଳେ କରୋନା ସତ୍ୟକୁ ପଦାରେ ପକାଉଛି ସତ୍ୟ ନଗର ଶ୍ମଶାନ। ସରକାରଙ୍କ ତରଫରୁ କରୋନା ସଂକ୍ରମଣ ପାଇଁ ଅନେକ ପଦକ୍ଷପ ଗ୍ରହଣ କରାଯାଉଥିବା ବେଳେ ଲୋକମାନଙ୍କୁ ସଚେତନତା ମଧ୍ୟ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲରେ ଶଯ୍ୟା ଅଛି, ଆଇସିୟୁରେ ଅଧା ଶଯ୍ୟା ଖାଲି ଅଛି କହୁ ଯାଉଥିବା ବେଳେ କିନ୍ତୁ ବାସ୍ତବରେ କରୋନା ଆକ୍ରାନ୍ତ ଆଇସିୟୁରେ ଶଯ୍ୟା ନ ପାଇଁ ମୃତ୍ୟୁ ବରଣ କରୁଥିବା ଜଣା ପଡ଼ିଛି। ଏହା ପ୍ରତିଫଳନ ସତ୍ୟନଗର ଶ୍ମଶାନରେ ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାଜଧାନୀର ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଓ ସରକାରୀ ହସ୍ପିଟାଲରେ ୪୧ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଯାହା କରୋନା ମୃତ୍ୟୁରେ ରେକର୍ଡ। ପୂର୍ବରୁ ଗୋଟିଏ ଦିନରେ ୩୯ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ପ୍ରତିଦିନ ୧୦/୧୨ଜଣଙ୍କର ମୃତ୍ୟୁ ହେଉଥିବା ଦର୍ଶାଉଥିବା ବେଳେ ବାକି ସଂଖ୍ୟା କିପରି ଜଣାଉନାହାନ୍ତି, ତାହାର ଟେର୍ କେହି ପାଉନାହାନ୍ତି।

ସତ୍ୟନଗର ଶ୍ମଶାନ ରାଜ୍ୟ ସରକାରଙ୍କ ଅସଲ ଚିତ୍ରକୁ ପଦାରେ ପକାଉଛି। ବହୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନଥିବାରୁ ବହୁ ଜୀବନ‌ ଅକାଳରେ ଟଳି ପଡ଼ୁଛି। ଏପରିକି ବହୁ ଆକ୍ରାନ୍ତଙ୍କ ଛାତିର ସିଟି ସ୍କାନ୍ କରାଯାଉନଥିବାରୁ ସଂକ୍ରମଣ ବଢ଼ି ଯାଉଛି। କେତେକ ହସ୍ପିଟାଲରେ ଅକ୍ସିଜେନ୍‌ ସରି ଯାଉଥିବାରୁ ଆକ୍ରାନ୍ତଙ୍କୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ଦିଆଯାଇ ପାରୁ ନଥିବା ଅଭିଯୋଗ ହେଉଛି। ଏସବୁ ବାଦ୍‌ ବହୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଷ୍ଟେରଏଡ୍‌ ବ୍ୟବହାର କରାଯାଉଥିବାରୁ ସେମାନଙ୍କର ସୁଗାର ସ୍ତର ବଢ଼ି ଯାଉଛି। ଫଳରେ ପୂର୍ବରୁ ଡାଏବେଟିସ୍‌ ଆକ୍ରାନ୍ତ ଥିବା ରୋଗୀମାନଙ୍କର ଅକାଳରେ ମୃତ୍ୟୁ ହୋଇଯାଉଛି। ରାଜ୍ୟ ସରକାର ଏ ଦିଗ ପ୍ରତି ଧ୍ୟାନ ନଦେଲେ ଆଗକୁ ସ୍ଥିତି ସାଂଘାତିକ ରୂପ ଧାରଣ କରିବ।

Comments are closed.