ଖୋର୍ଦ୍ଧା ନିଜିଗଡ ତାପଙ୍ଗକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର: ଗତ କିଛି ଦିନ ହେବ ପର୍ଯ୍ୟଟନସ୍ଥଳୀ ଭାବି ଯୁବପିଢିଙ୍କ ସୁଅ ଛୁଟି ଥିବା ଖୋର୍ଦ୍ଧା ଜିଲ୍ଲା ନିଜିଗଡ଼ ତାପଙ୍ଗ କୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ। ନିଷିଦ୍ଧାଞ୍ଚଳ ଘୋଷଣା ପୂର୍ବକ ଜିଲ୍ଲା ପ୍ରଶାସନ ତାପଙ୍ଗ ନଯିବାକୁ କଟକଣା ଜାରି କରିଛି ଖୋର୍ଦ୍ଧାର ଏହି ସ୍ଥାନଟି ନିକଟରେ ଏକ ନୂଆ ସେଲ୍ଫି ପଏଣ୍ଟ ପାଲଟିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏହି ଅଞ୍ଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ରହିଛି। ତେଣୁ ଏଠାକୁ ଲୋକଙ୍କୁ ଆସିବାକୁ ବାରଣ କରାଯାଇଛି। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ସେଠାକୁ ବୁଲି ଯାଆନ୍ତି ତେବେ ତାଙ୍କଠୁ ଜୋରିମାନା ଆଦାୟ କରାଯିବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗ ନିକଟରେ ଥିବା ପଥର ଖଣିରୁ ପଥର ଖୋଳା ଯିବା ପରେ ଏଠି ପାଣି ଜମି ପୋଖରୀ ସୃଷ୍ଟି ହୋଇଛି। ତେଣୁ ସବୁଜ ରଙ୍ଗର ଜଳରାଶି ସହିତ ନିକଟ ପାହାଡର ସବୁଜ ବନାନୀ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରୁଥିଲା। ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏହାକୁ ଓଡିଶାର ଲଦ୍ଦାଖ ବୋଲି ଆଖ୍ୟା ଦିଆଯାଇଥିଲା। ପରେ ଏଠାକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥିଲା।
ପ୍ରତିଦିନ ସେଠାରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳୁଥିଲା। ଅଧିକାଶଂ ଯୁବପୀଢି ଏହାର ମନଲୋଭା ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଏଠାକୁ ସେଲଫି ଉଠାଇବାକୁ ଆସୁଥିଲ। କିନ୍ତୁ ଏଠାକୁ ଯିବା ଓ ସେଲଫି ନେବା ବିପଦପୂର୍ଣ୍ଣ ଥିବା ଓ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଠାକୁ ଯିବା ଉପରେ କଟକଣା ଜାରି କରାଯାଇଛି।
Comments are closed.