ଟିକଟକ ଭାରତୀୟ କର୍ମଚାରୀଙ୍କୁ ଦେଲା ୪ ଲକ୍ଷର ବୋନସ

ନୂଆ ଦିଲ୍ଲୀ: ଭାରତରେ ଧୁମ ମଚାଉଥିଲା ଟିକଟିକ । ତେବେ ଭାରତ ସରକାରଙ୍କ ଦ୍ବାରା ଏହି ଆପଟି ନିଷିଦ୍ଧ ହେବା ପରେ ଅନେକ ୟୁଜର ଅସନ୍ତେଷ ପ୍ରକାଶ କରିଥିଲେ ।
ଟିକ୍ ଟକ୍ ଏବଂ ହେଲୋ ମାଲିକାନାରେ ଥିବା ବାଇଟ୍ଡାନ୍ସ ଏହାର ଭାରତୀୟ କର୍ମଚାରୀଙ୍କୁ ବୋନସ୍ ଭାବରେ ଲକ୍ଷ ଲକ୍ଷ ଟଙ୍କା ଦେଇଛି।
ବାଇଟ୍ଡାନ୍ସ ଚଳିତ ମାସ ଆରମ୍ଭରେ କହିଥିଲେ ଯେ ଏହା ଏହାର ଭାରତୀୟ କର୍ମଚାରୀଙ୍କୁ ନଗଦ ବୋନସ ଦେବ। ଭାରତୀୟ କର୍ମଚାରୀ ଜୁଲାଇରୁ ଅଗଷ୍ଟ ମଧ୍ୟରେ ପୂରା ସମୟ କାମ କରୁଥିବା କର୍ମଚାରୀମାନଙ୍କୁ ବୋନସ ଭାବରେ ବାଇଟାନ୍ସ ୧ ରୁ ୪ ଲକ୍ଷ ଟଙ୍କା ପ୍ରଦାନ କରିଛି । କମ୍ପାନୀ କେତେକ ମଧ୍ୟବିତ୍ତ କର୍ମଚାରୀଙ୍କୁ ବୋନସ୍ ଭାବରେ ୫୦,୦୦୦ ଟଙ୍କା ପର୍ୟ୍ୟନ୍ତ ପ୍ରଦାନ କରିଛି ।
ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ ଟିକଟକ୍ ଡାଉନଲୋଡ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ଠାରୁ ଶୁକ୍ରବାର ଦିନ ଟ୍ରମ୍ପ ପ୍ରଶାସନ ପଛଘୁଞ୍ଚା ଦେବ ନାହିଁ ବୋଲି କହିଛି। ରବିବାର ଦିନ କୋର୍ଟରେ ଏହି ମାମଲାର ଶୁଣାଣି ହେବ।
ଆମେରିକାର ବାଣିଜ୍ୟ ବିଭାଗ ଆପଲ୍ ଏବଂ ଗୁଗୁଲକୁ ୱେଚ୍ ଏବଂ ଟିକ୍ ଟକକୁ ସେମାନଙ୍କ ଆପ୍ ଷ୍ଟୋର୍ରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବର୍ତ୍ତମାନ ଆମେରିକାର ଜିଲ୍ଲା ଜଜ୍ କାର୍ଲ ନିକୋଲ୍ସ ଏହି ଆଦେଶ ଜାରି ରଖିଛନ୍ତି।
Comments are closed.