Odisha Link
Bridging the Missing Links in Odisha

ସତ୍ୟବାଦୀ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି। ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଧିରେ ଧିରେ ଏହାର କବଜାକୁ ଆସିବାରେ ଲାଗିଛନ୍ତି। ଏହାରି ମଧ୍ୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନାରେ ସଂକ୍ରମିତ ହୋଇଛନ୍ତି।

କରୋନା ପଜିଟିଭ୍‌ ହୋଇଥିବା‌ ନେଇ ବିଧାୟକ ଉମାକାନ୍ତ ସାମନ୍ତରାୟ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତିି। ଏଥି ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

Comments are closed.