ପୁଣି ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ନାବାଳକ ଛାତ୍ର
![](https://www.odishalink.com/wp-content/uploads/2020/09/two-minor-boys-go-missing-.png)
ରାଉରକେଲା :ପୁଣି ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇନାବାଳକ ଛାତ୍ର ।ଦୁଇ ନାବାଳକ ଛାତ୍ର ହେଲେ ରାଉରକେଲା ବାସନ୍ତୀ କଲୋନୀର । ଦୁଇ ଜଣଙ୍କ ନାଁ ହେଲା ପ୍ରସନ୍ନ ସାହୁ ଓ ଆୟାନ ଟକ । ବଣଭୋଜି କରିବାକୁ ବାସନ୍ତୀ କଲୋନିରୁ ବାରଜଣ ସାଙ୍ଗ ଚାନ୍ଦିପୋଷ ବିରୁତୋଳା ବ୍ରାହ୍ମଣୀ ନଦୀକୁ ଯାଇଥିଲେ।
ଖବର ପାଇ ଚାନ୍ଦିପୋଷ ଥାନା ଅଧିକାରୀ ସତିସ ଚନ୍ଦ୍ର ନାଏକ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିରତୋଳା ବ୍ରାହ୍ମଣୀ ନଦୀରେ ଖୋଜା ଖୋଜି ଜାରି ରହିଛି। ତେବେ ଦୁଇ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳି ନଥିବା ଜଣାପଡିଛି।
Comments are closed.