କଂଗ୍ରେସର ୯ ବିଧାୟକ କରୋନା ନେଗେଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜିଠାରୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି କୋଭିଡ୍ ପରୀକ୍ଷା ପ୍ରାୟ ୨ ଶହ ନମୁନାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଲଗାତାର ମନ୍ତ୍ରୀ ବିଧାୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଘାରିଛି ଭୂତାଣୁ ଭୟ। ବିଜେପି ଓ ବିଜେଡିକୁ ମିଶାଇ ମୋଟ ୪୭ ବିଧାୟକ ଏଯାଏଁ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି ।
ସବୁଠାରୁ ବଡ଼ କଥା ହେଉଛି କଂଗ୍ରେସ ବିଧାୟକଙ୍କୁ ଛୁଇଁନି କରୋନା। କରୋନା କବଳକୁ ଆସି ନାହାନ୍ତି କଂଗ୍ରେସର ବିଧାୟକ। ବିଧାନସଭାକୁ କଂଗ୍ରେସର ୯ ଜଣ ବିଧାୟକ ଯାଇଥିବା ବେଳେ ୯ରୁ ୯ ଜଣ ନେଗେଟିଭ ବାହାରିଛନ୍ତି। ଅର୍ଥାତ କଂଗ୍ରେସର ୯ ନିର୍ବାଚିତ ବିଧାୟକ କରୋନା ସଂକ୍ରମିତ ହୋଇନଥିବା ଜଣାପଡ଼ିଛି।
ଅନ୍ୟପଟେ ବିଧାନସଭା ପରିସରରେ ଦୁଇ ଦିନିଆ କୋଭିଡ ପରୀକ୍ଷା ଶିବିର କରାଯାଉଥିଲା। ମନ୍ତ୍ରୀ, ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କର କରୋନା ପରୀକ୍ଷା ହୋଇଥିଲା। ତେବେ ୭୫୭ ନମୂନାରୁ ୧୩୬ଟି ପଜିଟିଭ ଆସିଥିଲା, ଯେଉଁଥିରେ ୨ ବିଧାୟକ ପଜିଟିଭ ବାହାରିଥିଲେ। ୭୮ ବିଧାୟକଙ୍କ ସମେତ ୨୬୦ ନମୂନା ପରୀକ୍ଷା ହୋଇଥିବା ବେଳେ ୧୨ ବିଧାୟକଙ୍କ ସମେତ ୪୮ ଜଣ ପଜିଟିଭ ବାହାରିଥିଲେ। ତେବେ ୨ ଦିନରେ ୧୪ ବିଧାୟକ ସଂକ୍ରମିତ ହୋଇଥିବା ଜଣାପଡିଥିବା ବେଳେ ମୋଟ ୪୭ ଜଣ ବିଧାୟକ ଏଯାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦୁଇ ଦିନିଆ ଟେଷ୍ଟରେ ମୋଟ ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Comments are closed.