ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ: ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା। ମୁମ୍ବାଇ ଅନ୍ଧେରୀ ସ୍ଥିତ ନିଜ ଭଡା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ୨୬ ବର୍ଷିୟ ଅଭିନେତା ଅକ୍ଷତ ଉତ୍କର୍ଷ। ତାଙ୍କ ମୃତ୍ୟୁ ପଛରେ ଜଣେ ମହିଳା ଅଭିନେତ୍ରୀଙ୍କୁ ଦାୟୀ କରାଯାଉଛି।
ଉତ୍କର୍ଷଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଛି ହେଲେ ପରିବାର ଲୋକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଉତ୍କର୍ଷଙ୍କ ମୃତ୍ୟୁ ପଛରେ କିଛି ବଡ ଷଡଯନ୍ତ୍ର ଥାଇପାରେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ମୁତାବିକ ଉତ୍କର୍ଷ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଥିଲେ।
ଉତ୍କର୍ଷଙ୍କ ବାନ୍ଧବୀ ତାଙ୍କ ମୃତ୍ୟୁ ନେଇ ପୋଲିସକୁ ସୂଚନା ଦେଇଥିଲେ। ତାଙ୍କ କହିବାନୁସାରେ ଉତ୍କର୍ଷ ମୁମ୍ବାଇରେ ଏକ ଘରୋଇ କମ୍ପାନିରେ ଚାକିରି କରିବା ସହ ଅଭିନୟ ମଧ୍ୟ କରୁଥିଲ। ସେ ଆଗାମୀ ଚଳଚ୍ଚିତ୍ର ଲିଟି ଚୋଖାରେ ମଧ୍ୟ ଅଭିନୟ କରିଛନ୍ତି।
ପୋଲିସ ମୁତାବିକ ଉତ୍କର୍ଷ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ହେଲେ ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। କ’ଣ ରହିଛି ଅଭିନେତା ଉତ୍କର୍ଷଙ୍କ ମୃତ୍ୟୁର କାରଣ ଏନେଇ ତନାଘନା ଚଲାଇଛି ପୋଲିସ।
Comments are closed.