ବିଧାନସଭା: ନବୀନ ନିବାସରୁ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ମୌସୁମୀ ଅଧିବେଶ ଆରମ୍ଭ ହେବାକୁ ଯାଉଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବିଧାନସଭା ଅଧିବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଲୋକସେବା ଭବନରେ ଉପସ୍ଥିତ ରହିବେ ୬ ଜଣ ବିଧାୟକ। ଲୋକସେବା ଭବନରେ ରହିବେ ଉଷା ଦେବୀ, ସାବିତ୍ରୀ ଅଗ୍ରଓ୍ବାଲ, ପ୍ରଫୁଲ୍ଲ ସାମଲ ବଦ୍ରି ପାତ୍ର, ଶଶୀ ବେହେରା, ନିତ୍ୟାନନ୍ଦ ସାହୁ। ସେହିପରି ଢ଼େଙ୍କାନାଳରେ ରହିବେ ମନ୍ତ୍ରୀ ପ୍ରଫୁଲ ମିଲ୍ଲିକ, ନୂଆପଡ଼ାରେ ରାଜେନ୍ଦ୍ର ଢ଼ୋଲକିଆ, କଣ୍ଟାମାଳରେ ମହୀଧର ରଣା, ଭଦ୍ରକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଆଜି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭାକୁ ସାନିଟାଇଜ୍ କାର୍ଯ୍ୟ ସମ୍ପନ୍ନ କରାଯାଇଛି।
Comments are closed.