କରୋନା: ରାଜ୍ୟରେ ୩୦୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୦୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫୬୭୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୨୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।
ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୩୦୬୭ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୨୯, ବାଲେଶ୍ୱରରୁ ୧୪୬, ବରଗଡରୁ ୬୯, ଭଦ୍ରକରୁ ୫୯, ବଲାଙ୍ଗିରରୁ ୭୮, ବୋଦ୍ଧରୁ ୪୫, କଟକରୁ ୨୩୦, ଦେବଗଡରୁ ୧୫, ଢେଙ୍କାନାଳରୁ ୯୧, ଗଜପତିରୁ ୨୧, ଗଂଜାମରୁ ୩୪, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୦, ଝାରସୁଗୁଡାରୁ ୯୬, କଳାହାଣ୍ଡିରୁ ୫୪, କନ୍ଧମାଳରୁ ୮୧, କେନ୍ଦ୍ରାପଡାରୁ ୯୪, କେନ୍ଦୁଝରରୁ ୮୧, ଖୋର୍ଦ୍ଧାରୁ ୫୫୫ କୋରାପୁଟରୁ ୫୫, ମାଲକାନଗିରିରୁ ୨୪, ମୟୂରଭଂଜରୁ ୧୪୩, ନବରଙ୍ଗପୁରରୁ ୫୮, ନୟାଗଡରୁ ୬୮, ନୂଆପଡାରୁ ୮୫, ପୁରୀରୁ ୧୭୮, ରାୟଗଡାରୁ ୪୧, ସମ୍ବଲପୁରରୁ ୯୮,ସୋନପୁରରୁ ୨୨ ଏବଂ ସୁନ୍ଦରଗଡରୁ ୬୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୨୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
Comments are closed.