ନନ୍ଦନକାନନରେ ସିଂହୀ ‘ସୁପ୍ରିୟା’ ମୃତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ କିଛି ଦିନ ଧରି ଅସୁସ୍ଥ ଥିବା ସିଂହୀ ‘ସୁପ୍ରିୟା’ର ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ୪ ତାରିଖରେ ଖୋଲିବ। ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ସମୟରେ କରୋନା ସତର୍କତା ପାଳନକୁ କଡ଼ାକଡ଼ି କରାଯାଇଛି।