ଗ୍ରାହକ ବେଶରେ ଆସି ଲୁଟିଲେ ସୁନା ଚେନ

ଖୋର୍ଦ୍ଧା: ଗ୍ରାହକ ବେଶରେ ଆସି ମହିଳା କର୍ମଚାରୀଙ୍କ ବେକରୁ ସୁନା ଚେନ୍ ଲୁଟିଛି ଲୁଟେରା। ଲୁଟର ଲାଇଭ୍ ଭିଜୁଆଲ୍ସ ଦେଖିବାକୁ ମିଳିଛି। ଘଟଣା ଘଟିଛି ଜଟଣୀ ବଜାରରେ ଥିବା ମା କମ୍ୟୁନିକେସନ ସେଣ୍ଟରରେ। ଜଣେ ବ୍ୟକ୍ତି ମୁହଁରେ ମାସ୍କ ଏବଂ ହେଲମେଟ୍ ପିନ୍ଧି ନିଜକୁ କ୍ୟାମେରାରୁ ଲୁଚାଇବାକୁ ଉଦ୍ୟମ କରିଛି। ପରେ ମହିଳାଙ୍କ ସହ କଥାବାର୍ତ୍ତା ଏବଂ ମହିଳାଙ୍କୁ ଜୋରଜବରଦସ୍ତ ମାଡିବସି ତାଙ୍କ ସହ ଧସ୍ତାଧସ୍ତି କରି ବେକରୁ ସୁନା ଚେନ୍ ଭିଡି ନେଇଯାଇଛି। ଏହି ସମୟରେ ମହିଳା ଜଣଙ୍କ ଭୀଷଣ ପାଟିରେ ଚିଲାଇଥିଲେ।
ସ୍ଥାନୀୟ ଲୋକେ ଆସିବା ବେଳକୁ ଦୁର୍ବୃତ୍ତ ସୁନା ଚେନ୍ ନେଇ ସେଠାରୁ ଖସି ପଳାଇଛି। ଏସବୁ ଦୃଶ୍ୟ ଦୋକାନ ଭିତରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଦିନ ଦି ପହରେ ବଜାର ଭିତରୁ ଦୋକାନରେ ପଶି ଏପରି ଲୁଟ୍ କରୁଛନ୍ତି ଲୁଟେରା। ଯାହା ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ କରିଛି।
Comments are closed.