ବିଜୁଳି ଦର ନକମିଲେ ଆନ୍ଦୋଳନ ହେବ: କଂଗ୍ରେସ
ଭୁବନେଶ୍ବର: ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ଦାବି କରିଛି କଂଗ୍ରେସ। ଆଜି ଏକ ପ୍ରେସମିଟରେ ପଞ୍ଚାନନ କାନୁନଗୋ ଓ ଗଣେଶ୍ବର ବେହେରା ଦାବି କରିଛନ୍ତି। ସରକାର ବିଜୁଳି ଦର ନକମାଇଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଉଭୟ ନେତା କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା କହିଛନ୍ତି ଯେ, ବିଜୁଳି ଦଳ ବୃଦ୍ଧି ନିଷ୍ପତ୍ତି ଓଇଆରସିର ବୋଲି ସରକାର କହୁଛନ୍ତି। ହେଲେ ଏଭଳି ନିଷ୍ପତ୍ତି ପଛରେ ସରକାର ଅଛନ୍ତି। ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ନିଜର ଅପାରଗତା ଘୋଡ଼ାଇବାକୁ ସରକାର ବିଜୁଳି ବିଲ ବଢାଇଛନ୍ତି। ବିଜୁଳି ଉତ୍ପାଦନକାରୀ ରାଜ୍ୟ ହୋଇ ବି ଓଡ଼ିଶାରେ ବିଜୁଳି ଦର ବୃଦ୍ଧି ପାଉଛି। ସିଏଜି ଦ୍ୱାରା ଆର୍ଥିକ ଅଡିଟ ଓ ଏକ୍ସପର୍ଟ କମିଟି ଦ୍ୱାରା ଏନର୍ଜି ଅଡିଟ କରାଯିବାକୁ ଉଭୟ ନେତା ଦାବି କରିଛନ୍ତି। ତେବେ ଅକ୍ଟୋବର ୨ରୁ ୩୦ ତାରିଖ ଯାଏ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ କରାଯିବ। ସାରା ରାଜ୍ୟରେ ସଂଗୃହିତ ଦସ୍ତଖତ ରାଷ୍ଟ୍ରପତି ନିକଟକୁ ପଠାଯିବ ବୋଲି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ଗଣେଶ୍ୱର ବେହେରା କହିଛନ୍ତି।
Comments are closed.