Odisha Link
Bridging the Missing Links in Odisha

କରୋନା: ଦେଶରେ ହ୍ରାସ ପାଉଛି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦୀର୍ଘ ଦୀନ ଧରି କରୋନା ସଂକ୍ରମଣ ଦେଶର ଲୋକମାନଙ୍କୁ ଆତଙ୍କିତ କରି ଆସୁଛି। ହେଲେ ଏବେ ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଛି। ୨୪ ଘଣ୍ଟାରେ ମଧ୍ୟରେ ୭୦, ୫୮୯ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୬୧, ୪୫,୨୯୫ ରେ ପହଞ୍ଚିଛି।

ସେହିପରି ଗୋଟିଏ ଦିନରେ ୭୭୬ ଜଣଙ୍କର ମୃତ୍ୟୁ ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୬, ୩୧୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ସଂଖ୍ୟା ୫୧,୦୧,୩୯୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୪୭,୫୭୬ରେ ପହଞ୍ଚିଛି।

Comments are closed.