ରାଜଧାନୀରୁ ଆଉ ୩୬୯ କରୋନା ପଜିଟିଭ୍ ଚିହ୍ନଟ
![](https://www.odishalink.com/wp-content/uploads/2020/07/bbsr.jpg)
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୮୯୫ରେ ପହଞ୍ଚିଛି। ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୫ ଜଣ ରହିଥିବା ବେଳେ ୨୯୪ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଗତ ୨୪ ଘଣ୍ଟାରେ ୩୫୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 30th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/i52K98L3N9— BMC (@bmcbbsr) September 30, 2020
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୮୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୫୩୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୮୨୪୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯୩ ଜଣଙ୍କର ମୃତ୍ୟୁ ହୋଇଛି।
Comments are closed.