ବହୁତ ଦିନ ପରେ ଭଲ ଖବର ମିଳିଛି: ଆଡଭାନୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଭଙ୍ଗା ମାମଲାରେ ଆଜି ଶେଷ ନିଷ୍ପତି ଶୁଣାଇଛନ୍ତି ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟ। ୨୮ ବର୍ଷ ପୁରୁଣା ଏହି ମାମଲାରେ କୋର୍ଟ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ମଧ୍ୟରେ ଦେଶର ପୂର୍ବତନ ଉପ-ପ୍ରଦାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ବହୁ ବଡ ନେତା ଥିଲେ, ତେବେ କୋର୍ଟ ରାୟକୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।
ଏ ମାମଲାରେ ସାମିଲ ଥିବା ବିଜେପିର ବୟୋଜ୍ୟେଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନିର୍ଦ୍ଦୋଷ ଘୋଷଣା ହେବା ପରେ କହିଛନ୍ତି ଯେ, ବହୁତ ଦିନ ପରେ ଭଲ ଖବର ମିଳିଲା। ଏହା ସହ ଜୟ ଶ୍ରୀରାମ ନାରା ଦେଇଛନ୍ତି। ଆଜି କୋର୍ଟ ଯେଉଁ ନିର୍ଣୟ ନେଇଛନ୍ତି ତାହା ନିହାତି ଐତିହାସିକ। ଏହା ନିହାତି ଅତ୍ୟନ୍ତ ଖୁସିର ଦିନ। କୋର୍ଟଙ୍କ ଫଇସଲା ତାଙ୍କ ବ୍ୟକ୍ତିଗତ ଓ ବିଜେପିର ରାମ ଜନ୍ମଭୂମି ମୁଭମେଣ୍ଟ ଭାବନାକୁ ମଧ୍ୟ ଠିକ୍ ପ୍ରାମଣିତ କରିଛି।
ସେ ଏ ନିଷ୍ପତିକୁ ହୃଦୟର ସହ ସ୍ବାଗତ କରିଥିବା କହିଛନ୍ତି। ଆଡଭାନୀ ତାଙ୍କ ଘର ବାହାରେ ଏକାଠି ହୋଇଥିବା ସମର୍ଥକଙ୍କ ପାଇଁ ମିଠା ବାଣ୍ଟିଥିଲେ। ଏଥିସହ ବିଜେପି ନେତା, ଦଳର କର୍ମୀ ଓ ଓକିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Comments are closed.