ଅଙ୍ଗ ଦାନ କରିବେ ବିଗ୍ ବି

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ୍ ବଚ୍ଚନ ଅଙ୍ଗ ଦାନ କରିବେ। ଅଙ୍ଗ ଦାନ କରିବାକୁ ସେ ନିଜେ ଘୋଷଣା କରିଛନ୍ତି। ସୋସିଆଲ୍ ମିଡ଼ିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଅମିତାଭ ବଚ୍ଚନ ଏକ ଟ୍ୱିଟ କରିଛନ୍ତି। ସେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ପିନ୍ଧିଥିବା କୋଟରେ ଏକ ଛୋଟ ସବୁଜ ରଙ୍ଗର ଫିତା ରହିଛି। ଏହି ଫଟୋ ସେୟାର କରି ବିଗ ବି ଲେଖିଛନ୍ତି, “ମୁଁ ଅର୍ଗାନ୍ ଡୋନର୍ ହେବାକୁ ଶପଥ ନେଇଛି। ଏହି ସବୁଜ ଫିତା ମୁଁ ଏହାର ପବିତ୍ରତା ପାଇଁ ପିନ୍ଧିଛି।”
ଅମିତାଭଙ୍କ ଟ୍ୱିଟରେ ଅନେକ ପ୍ରଶଂସକ ଜବାବ ଦେଇଛନ୍ତି। ଏହାସହ ଅନେକ ଲୋକ ନିଜର ଅଙ୍ଗ ଦାନର ସାର୍ଟିଫିକେଟ ସେୟାର କରିଛନ୍ତି। ଆଉ କିଛି ପ୍ରଶଂସକ ଅମିତାଭଙ୍କ ପଦାନୁସରଣ କରି ଅଙ୍ଗ ଦାନ କରିବାକୁ କହିଛନ୍ତି।
Comments are closed.