Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଭିତରକୁ ଗୁଟକା ପାନ ମନା

ପୁରୀ: କରୋନା ସଂକ୍ରମିଣ କାରଣରୁ ଶ୍ରୀମନ୍ଦିର ନିୟମକୁ କଡ଼ାକଡ଼ି କରାଯାଇଛି। ଏଣିକି ଶ୍ରୀମନ୍ଦିର ଭିତରକୁ ପାନ, ଗୁଟକା ନେବାକୁ ମନା କରାଯାଇଛି। ପାନ ଛେପ ଯୋଗୁ ସଂକ୍ରମଣ ଆଶଙ୍କା ରହିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।। ଏଣିକି ମନ୍ଦିର ପରିସରରେ କୌଣସି ସେବାୟତ ପାନଛେପ ପକାଇଲେ ତାଙ୍କଠାରୁ ଜୋରିମାନା ଆଦାୟ କରାଯିବ।

ପ୍ରଥମ ଏବଂ ଦ୍ୱିତୀୟ ଥର ପାନ ଛେପ ପକାଇବାର ଧରା ପଡ଼ିଲେ ହଜାରେ ଟଙ୍କା ଲେଖାଏ ଏବଂ ତୃତୀୟ ଥର ପକାଇଲେ ୫ ହଜାର ଟଙ୍କା ତଣ୍ଡ ଗଣିବେ। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଅତିରିକ୍ତ ଏସ୍ପି ଓ ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଭିତରକୁ ପାନ ଓ ଗୁଟକା ଯେପରି ପଶି ନ ପାରେ ସେଥିଲାଗି ଚେକିଂକୁ ଜୋରଦାର କରିବାକୁ ଶ୍ରୀମନ୍ଦିର ପୁଲିସ୍‌ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଶ୍ରୀମନ୍ଦିର ପୁଲିସ୍‌ କର୍ମୀ ଚାରିଦ୍ୱାରରେ ଚେକିଂ କରିବେ। ପାନ ଖାଇ ଯେପରି କେହି ଭିତରକୁ ପ୍ରବେଶ ନ କରେ ଏଥିପ୍ରତି ନଜର ରଖିବେ। ମୁଖ୍ୟ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି।

Comments are closed.