Odisha Link
Bridging the Missing Links in Odisha

ବାବ୍ରୀ ମସଜିଦ୍‌ ରାୟ ପାଇଁ ହାଇ ଆଲର୍ଟ

ଲକ୍ଷ୍ନୌ: ଆଜି ଆସିବ ବାବ୍ରୀ ମସଜିଦ୍ ଭଙ୍ଗା ଯିବା ଘଟଣାର ରାୟ। ମାମଲାର ଶୁଣାଣି କରିବେ ଲକ୍ଷ୍ନୌର ସ୍ୱତନ୍ତ୍ର କୋର୍ଟ। ଏଥପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ବର୍ଷ ବର୍ଷ ଧରି ପଡ଼ିରହିଥିବା ଏହି ମାମଲାର ଶୁଣାଣି ଉପରେ ରହିଛି ଦେଶବାସୀଙ୍କ ନଜର। ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଉମା ଭାରତୀ, କଲ୍ୟାଣ ସିଂହ, ମୁରଲି ମନହୋର ଯୋଶୀଙ୍କ ସମେତ ୩୨ ଜଣ ଅଭିଯୁକ୍ତ ଅଛନ୍ତି ।

କୋର୍ଟରେ ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି। ତେବେ ଆଜି କୋର୍ଟରେ ଆଡଭାନୀ ଓ ଯୋଶୀ ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡିଛି। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷ ଜେଲ୍ ହୋଇପାରେ। ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍ ବିବାଦୀୟ ଢାଞ୍ଚାକୁ ଭଙ୍ଗା ଯାଇଥିଲା। ଅଭିଯୋଗ ହୋଇଥିଲା ଘଟଣାସ୍ଥଳରେ ଉପସ୍ଥିତ ଥିବା ନେତାଏ ଉସୁକାଇବା ଫଳରେ ଏହାକୁ ଭଙ୍ଗାଯାଇଥିଲା। ମାମଲାରେ ୩୫୧ ଜଣ ସାକ୍ଷୀଙ୍କୁ ହାଜର କରାଯାଇଥିବାବେଳେ ୬୦୦ ଦସ୍ତାବିଜ୍ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ସାକ୍ଷୀଙ୍କ ପ୍ରମାଣ ଓ ଦସ୍ତାବିଜ୍ ଆଧାରରେ ଆଜି ମାମଲାର ଶୁଣାଣି କରିବେ କୋର୍ଟ।

Comments are closed.