ବାବ୍ରୀ ଭଙ୍ଗାରେ କୌଣସି ଷଡ଼ଯନ୍ତ୍ର ନଥିଲା : ଯୋଶୀ

ନୂଆଦିଲ୍ଳୀ: କୋର୍ଟରୁ ଦୋଷମୁକ୍ତ ପରେ ମୁରଲୀ ମନୋହାର ଯୋଶୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯୋଶୀ କହିଛନ୍ତି ଯେ, କୌଣସି ଷଡ଼ଯନ୍ତ୍ର ନଥିଲା। ସବୁକିଛି ଅଚାନକ ଘଟିଥିଲା। କୋର୍ଟଙ୍କ ରାୟ ପରେ ଏ ବିବାଦ ସମାପ୍ତ ହେବା ଦରକାର।
ପ୍ରକାଶ ଯେ, ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ପ୍ରକାଶ ପାଇଛି। ଲକ୍ଷ୍ନୌରେ ସିବିଆଇ ସ୍ପେଶାଲ କୋର୍ଟ ଜଜ ଏସ.କେ ଯାଦବ ଏହି ମାମଲାର ରାୟ ଶୁଣାଇଛନ୍ତି। ବାବ୍ରୀ ଭଙ୍ଗା ପୂର୍ବ ନିର୍ଦ୍ଧାରିତ ଯୋଜନା ନଥିଲା ବୋଲି ସିବିଆଇ ସ୍ପେଶାଲ କୋର୍ଟ ଜଜ ଏସ.କେ ଯାଦବ କହିଛନ୍ତି। ଏଥିସହ ବାବ୍ର୍ରୀ ମସଜିଦ ଭଙ୍ଗା ନେଇ ଯଥେଷ୍ଟ ପ୍ରମାଣ ନଥିବା ଦର୍ଶାଇ ସେ ମାମଲାର ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ ପ୍ରମାଣ ନାହିଁ। ବାବ୍ରୀ ଭଙ୍ଗାକୁ ପୂର୍ବ ଯୋଜନା ପ୍ରସ୍ତୁତ କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହାଛଡ଼ା ଏହା ସାମୟିକ ଆବେଗ ହୋଇପାରେ, ପୂର୍ବ ଯୋଜନାପ୍ରସ୍ତୁତ ନୁହେଁ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ସିବିଆଇ ଯେଉଁ ଆରୋପ ଲଗାଇଥିଲା, ତାର କିଛି ପ୍ରମାଣ ନାହିଁ। ପ୍ରମାଣ ପାଇଁ ଦାଖଲ ଭିଡିଓ ଟ୍ୟାମ୍ପରିଂ ହୋଇଥିଲା ବୋଲି କୋର୍ଟ କହିଛନ୍ତି।
Comments are closed.