Odisha Link
Bridging the Missing Links in Odisha

କୋଭିଡ୍‌ ନିୟନ୍ତ୍ରଣ ଭିତରେ ଓଡ଼ିଶା: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: କୋଭିଡ୍‌ କଟକଣା ଭିତରେ ବିଧାନସଭାର ଦ୍ବିତୀୟ ଦିନ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ବିଧାନସଭାରେ ରାଜ୍ୟର କୋରନା ସ୍ଥିତି ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ମୁଲତବି ନୋଟିସ ଆଲୋଚନାରେ ସ୍ବାସ୍ଥ୍ୟମନ୍ତ୍ରୀ ନିଜର ବିବୃତି ପ୍ରଦାନ କରିଥିଲେ। ମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍‌ ନିୟନ୍ତ୍ରଣରେ ରହିଛି। ରାଜ୍ୟରେ ମୋଟ୍‌ ସକ୍ରିୟ କେସ୍‌ ୩୬ ହଜାରରୁ ଅଧିକ। ୨୯ ହଜାର କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି।

ପ୍ରକାଶ ଯେ, କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ପରେ ଆରମ୍ଭ ହେଲା ଗୃହକାର୍ଯ୍ୟ। ତେବେ ପ୍ରଥମ ଘଣ୍ଟା ପ୍ରଶ୍ନକାଳ ବାତିଲକୁ କଂଗ୍ରେସ ବିରୋଧ କରିବା ସହ ଏହା ଗୃହର ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ପ୍ରଶ୍ନକାଳ ବାତିଲ ପ୍ରସଙ୍ଗକୁ ଉଦବେଗ ପ୍ରକାଶ କରିଛନ୍ତି। ପ୍ରଶ୍ନକାଳ ବାତିଲ ନେଇ ବାଚସ୍ପତି ଗୃହରେ କହିପାରିଥାନ୍ତେ କିନ୍ତୁ ଘରେ ବସି ଏଭଳି ନିଷ୍ପତି ନେବା ଗୃହର ବିଧିକୁ କ୍ଷୂର୍ଣ୍ଣ କରୁଛି ବୋଲି କହିଛନ୍ତି।

ତେବେ କରୋନା ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। କୋଭିଡ ସମୟରେ ସାରା ରାଜ୍ୟରେ ପ୍ରବାସୀ ମାନେ ଫେରିଥିଲେ କିନ୍ତୁ ଯେପରି ରଖିବା କଥା ସରକାର ରଖିପାରିଲେନି।ବାହାର ରାଜ୍ୟକୁ ଗଲେ କାମ ମିଳିବ ବୋଲି ବିଶ୍ୱାସ ରଖି ଯାଉଛନ୍ତି।

Comments are closed.