ବିଧାନସଭାରେ ଉଠିଲା ଓଟିଭି ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବିତୀୟ ଦିନରେ ବହୁ ପ୍ରସଙ୍ଗ ଉପସ୍ଥାପନ ହୋଇଛି। ଏଥି ମଧ୍ୟରେ ଆଜି ବିଧାନସଭାରେ ଓଟିଭି ପ୍ରସଙ୍ଗ ବି ଉଠିଛି। ଏନେଇ ପ୍ରସଙ୍ଗ ଉଠାଇଲେ ବିଜେପ ବିଧାୟକ ଜୟନାରାୟଣ ମିଶ୍ର। ଏପିଡେମିକ ଡିଜିଜ୍ ସଂଶୋଧନ ବିଲ୍ ଆଲୋଚନାରେ ପ୍ରସଙ୍ଗ ଉଠିଛି। ଯିଏ ବିରୋଧ କରିବ ମାମଲା କରିଦେବେ। ଯିଏ ବିରୋଧ କରିବ ତା ନାଁରେ ଓଟିଭି ଭଳି ମାମଲା କରିବେ। ଆଗମୀ ଦିନରେ ବିରୋଧୀ ଦଳ ନାଁରେ ବି ମାମଲା କରିଦେବେ। ଆମେ ଏଭଳି ବିଲ୍କୁ ସମର୍ଥନ କରୁନାହୁଁ କହିଲେ ଜୟନାରାୟଣ ମିଶ୍ର।
ପ୍ରକାଶ ଯେ, କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଗୃହରେ ବିବୃତି ରଖିଛନ୍ତି ନବ ଦାସ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ନିୟନ୍ତ୍ରଣ ଭିତରେ ରହିଛି କରୋନା। ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାରରୁ ଅଧିକ ରହିଛି। ରାଜ୍ୟରେ ୨୯ ହଜାର କରୋନା ରୋଗୀ ଆଇସୋଲେସନରେ ଅଛନ୍ତି, ୭୩୪୮ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି? ଦେଶରେ ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮। ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣରେ ଥିଲା। କିନ୍ତୁ ପ୍ରବାସୀ ଫେରିବା ପରେ ଏହି ସଂଖ୍ୟା ବଢିଥିଲା। ତେବେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ତ୍ରିସ୍ତରୀୟ କୋଭିଡ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଏପରିକି ପ୍ରତିଦିନ ହାରାହାରି ୫୦ ହଜାର ଟେଷ୍ଟିଂ କରାଯାଉଥିବା କହିଛନ୍ତି ନବ ଦାସ।
Comments are closed.