ବିଧାନସଭା ସମ୍ନାରେ ହାଇଡ୍ରାମା

ଭୁବନେଶ୍ବର: ବିଧାନସଭା ସାମ୍ନା ପିଏମଜିରେ ଜଣେ ଯୁବକ ହାଇଡ୍ରାମା କରିଛନ୍ତି। ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ସମ୍ପୃକ୍ତ ଯୁବକ ଧମକ ଦେଇଛନ୍ତି। ତେବେ ସେଠାରେ ଉପସ୍ଥିତ ପୁଲିସ ବହୁ କଷ୍ଟରେ ସମ୍ପୃକ୍ତ ମହିଳାଙ୍କୁ ଯୁବକଙ୍କ କବଳରୁ ଉଦ୍ଧାର କରିବା ସହ ଯୁବକଙ୍କୁ ନିଜ ହେପାଜତକୁ ନେଇଥିବା ଜଣାଯାଇଛି। ତେବେ ଯୁବକ ଜଣକ କାହିଁକି ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଉଥିଲା, ସେ ନେଇ କିଛି ଜଣାପଡ଼ିନାହିଁ।
ତେବେ ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ନେଇ ଚର୍ଚ୍ଚା ଜୋର ଧରିଛି। ହାଇ ସିକୁ୍ୟରିଟି ଜୋନକୁ ଛୁରି ନେଇ କିଭଳି ସମ୍ପୃକ୍ତ ଯୁବକ ସେଠାକୁ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାନସଭା ଚାଲିଥିବାବେଳେ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି। ଏହାକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Comments are closed.