ସିକ୍ୟୁରିଟି ଜୋନ୍ ବାହାର ଘଟଣା: ପୋଲିସ
ଭୁବନେଶ୍ବର: ବିଧାନସଭା ସାମ୍ନାରେ ମା କୁ ପୁଅ ମୁଣ୍ଡ ଜାମିନ ରଖିବା ଘଟଣାରେ ମୁହଁ ଖୋଲିଲା ପୋଲିସ। ପୋସିଲ କହିଛି ଯେ, ଏହା ବିଧାନସଭା ସିକ୍ୟୁରିଟି ପରିଧି ବାହାର ଘଟଣା। ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟୁଇଟ୍ ଯୋଗେ ସ୍ପଷ୍ଟୀକାରଣ ଦିଆଯାଇଛି। ମାନସିକ ବିକାରଗ୍ରସ୍ତ ଯୁବକ ନିଜ ମା ଙ୍କୁ ମୁଣ୍ଡଜାମିନ ରଖିଥିଲା। ସେ ପୁଣି ବିଧାନସଭା ସୁରକ୍ଷା ବଳୟ ବାହାରେ ମୁଣ୍ଡଜାମିନ ରଖିଥିଲା। ପୋଲିସ ଧୈର୍ଯ୍ୟର ସହ ମୁକାବିଲା କରି ମହିଳାଙ୍କୁ ମୁକୁଳାଇ ଥିଲା। ଧୈର୍ଯ୍ୟ ଓ ବୃତ୍ତିଗତ ଦକ୍ଷତା ପାଇଁ ସଂପୃକ୍ତ ପୋଲିସଙ୍କୁ ପ୍ରୋତ୍ସାହିତ କରାଯିବ। ମାନସିକ ବିକାରଗ୍ରସ୍ତ ସଂପୃକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ଏସସିପି ପଠା ଯାଇଛି। କୌଣସି ସୁରକ୍ଷା ଭଙ୍ଗ ହୋଇନି ବୋଲି ସ୍ପଷ୍ଟି କରଣ ଦେଲା କମିଶନରେଟ ପୋଲିସ।
ଆଜି ବିଧାନସଭାର ସୁରକ୍ଷା ବଳୟ ବାହାରେ ଜଣେ ମାନସିକ ରୋଗାକ୍ରାନ୍ତ ଯୁବକ ତାଙ୍କ ମାଙ୍କୁ କବଳିତ କରି ରଖିଥିଲେ I ପୋଲିସ କର୍ମଚାରୀମାନେ ଉପସ୍ଥିତ ବୁଦ୍ଧି, ଧର୍ଯ୍ୟ ଓ ବୃତ୍ତିଗତ ଦକ୍ଷତାର ସହ ମହିଳାଙ୍କୁ ତାଙ୍କ ପୁଅ କବଳରୁ ନିରାପଦ ଭାବେ ଉଦ୍ଧାର କରିଥିଲେ I(୧/୨) @SarangiSudhansu @dcpbbsr @odisha_police
— COMMISSIONERATE POLICE (@cpbbsrctc) October 1, 2020
ପ୍ରକାଶ ଯେ, ବିଧାନସଭା ଗେଟ ସମ୍ନାରେ ମା’ ବେକରେ ଛୁରି ଆତ୍ମହତ୍ୟାର ଧମକ ଦେଇଛି ପୁଅ। ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ। ଘରୋଇ କଳହ ପରେ ଛୁରି ଲଗାଇ ଆତ୍ମହତ୍ୟା ଧମକ ଦେଇଥିବା ସୂଚନା ମିଳିଛି। ସେ ଏହା ପୁର୍ବରୁ ନିଜ ବେକରେ ଛୁରି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ଜଣାପଡିଛି। ବିଧାନସଭା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି।
Comments are closed.