ଝାମ୍ପିଲା ଲୁଟେରା: ଯୁବତୀ ଗୁରୁତର
![](https://www.odishalink.com/wp-content/uploads/2020/02/loot-1.jpg)
ଭୁବନେଶ୍ବର: ଲୁଟେରା ଆକ୍ରମଣରେ ସ୍କୁଟିର ଖସି ଯୁବତୀ ଗୁରୁତର ହୋଇଛନ୍ତି। ଯୁବତୀଙ୍କ ମୋବାଇଲ ଝାମ୍ପିବା ବେଳେ ସ୍କୁଟିରୁ ଖସି ପଡ଼ିଥିଲେ ଯୁବତୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ରସୁଲଗଡ଼ କେନାଲ ରୋଡ୍ ଅଞ୍ଚଳରେ।
ସୂଚନା ଅନୁସାରେଏ ସ୍କୁଟି ଚଳାଇ ଏକୁଟିଆ ଯାଉଥିବା ଯୁବତୀଙ୍କୁ ଟାର୍ଗେଟ କରିଥିଲା ଲୁଟେରା। ଦ୍ରୁତ ଗତିରେ ଆସି ଯୁବତୀଙ୍କ ମୋବାଇଲ ଝାମ୍ପି ପଳାଉଥିଲା ଦୁର୍ବୃତ୍ତ। ଫଳରେ ଦୁର୍ବୃତ୍ତର ଆକ୍ରମଣରେ ଭାରସାମ୍ୟ ହରାଇ ଖସିପଡ଼ିଥିଲେ ଯୁବତୀ। ପରେ ଜଣେ ସମାଜସେବୀ ଯୁବତୀଙ୍କୁ ଉଦ୍ଧାର କରି ପୋଲିସକୁ ଜଣାଇଥିଲେ। ପୋଲିସ ପିସିଆର ଭ୍ୟାନ ପହଞ୍ଚି ଯୁବତୀଙ୍କୁ ହସ୍ପିଟାଲ ନେଇଥିଲା ଏନେଇ ଘଟଣା ସଂପର୍କରେ ମଞ୍ଚେଶ୍ବର ଥାନାରେ ଏତଲା କଲେ ଯୁବତୀଙ୍କ ବାପା।
Comments are closed.