ମୋଟର ଯାନ ଆଇନରେ ଆଜିଠୁ ଲାଗୁ ହେଲା ନୂଆ ନିୟମ
ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନର ଡିଜିଟାଲ୍ ବ୍ୟବସ୍ଥାରେ ଆଜିଠୁ ନୂଆ ନିୟମ ଲାଗୁ ହୋଇଛି। ଏଣିକି ଆଉ ପାଖରେ ରଖିବାକୁ ପଡିବନି ହାର୍ଡକପି। ଗାଡ଼ି ଚଳାଇବା ବେଳେ ଆଉ ଦାରକାର ପଡିବନି ଡିଏଲ୍, ଆର୍ସି ସମେସ୍ତ ଅନ୍ୟ କାଗଜପତ୍ର। ଡିଲ୍ କିମ୍ବା ଅନ୍ୟ ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର ନଥିଲେ ମଧ୍ୟ ଜାରିମନା ବି ଦେବାକୁ ପଡିବ ନାହିଁ। ତେବେ ଚାଳକଙ୍କୁ ଏସବୁକୁ ନିଜ ମୋବାଇଲ୍ର ଡିଜି ଲକ୍ ଆପ୍ ଓ ଏମ୍. ପରିବହନ ଆପ୍ରେ ଡିଜିଟାଲ୍ କପି ରଖିବାକୁ ପଡ଼ି।
ଗାଡ଼ି ଯାଞ୍ଚ ବେଳେ ଆଉ ଡିଏଲ, ପିୟୁସି, ଇନସୁରାନ୍ସ ସମେତ ଅନ୍ୟ କାଗଜପତ୍ରର ହାର୍ଡ କପି ଧରିବା ବାଧ୍ୟତାମୂଳକ ନୁହେଁ। ଚେକିଂ ବେଳେ ଡିଜିଟାଲ୍ କପି ଦେଖାଇ ହେବ। ଏନେଇ ଗତବର୍ଷ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟର ବିଭାଗ ଓ ପୋଲିସ୍ ସହ ଏନେଇ ସହଯୋଗ କରିବାକୁ ଆଲୋଚନା ହୋଇଛି।
Comments are closed.