ଗଜପତି ଜିଲ୍ଲାରେ ସର୍ବାଧିକ ଆଣ୍ଟିବଡ଼ି ସୃଷ୍ଟି ହୋଇଛି: ଡ. ସଂଘମିତ୍ରା

ଗଜପତି: କରୋନା ଭାଇରସ ମହାମାରୀ ସହିତ ଓଡ଼ିଶା ସଫଳତାର ସହିତ ମୁକାବିଲା କରୁଛି। ଗଜପତି ଜିଲ୍ଲାର ବାସିନ୍ଦାଙ୍କ ଶରୀରରେ ସବୁଠାରୁ ଅଧିକ ଆଣ୍ଟିବଡି ରହିଛି। ପ୍ରାୟ ୬୪.୬୭ ପ୍ରତିଶତ ଜିଲ୍ଲାବାସୀଙ୍କ ଶରୀରରେ ଆଣ୍ଟିବଡି ରହିଥିବା କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି। ସେ କହିଛନ୍ତି ଯେ, ୪୦ରୁ ୮୫ ପ୍ରତିଶତ କୋଭିଡ୍ ଯୋଦ୍ଧାଙ୍କ ଶରୀରରେ ଆଣ୍ଟିବଡି ରହିଛି। ତେବେ ଆସନ୍ତା ମାର୍ଚ୍ଚରୁ ମାଲକାନଗିରିରେ ସେରୋ ସର୍ଭେ ହେବ। ଗଜପତିରେ ୫ଟି ଟିମ୍ ସେରୋ ସର୍ଭେ କରୁଥିଲା। ତିନୋଟି ବର୍ଗର ଲୋକଙ୍କୁ ନେଇ ସୋରେ ସର୍ଭେ ତାଲିଥିଲା। ଏହି ସର୍ଭେରୁ ହିଁ ଜିଲ୍ଲାରେ ଆଣ୍ଟିବଡି ବାବଦରେ ରିପୋର୍ଟ ମିଳିଛି। ଗତ ୧୫ରୁ ୧୮ ତାରିଖ ଯାଏଁ ସର୍ଭେ ଚାଲିଥିଲା।
ଏହି ସର୍ଭେରେ ମୋଟ୍ ୧୫୧୫ଜଣଙ୍କ ସାମ୍ପୁଲ୍ ସଂଗ୍ରହ କରାଯାଇଥିଲା। ତେବେ ମହିଳାଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି। ସେହିପରି ୯୫ ପ୍ରତିଶତ ଲୋକଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ଆସନ୍ତା ୫ରୁ ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ ହେବା ସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ଅତିଶୀଘ୍ର ସର୍ଭେ କରାଯିବ ବୋଲି ଡାକ୍ତର ପତି କହିଛନ୍ତି।
Comments are closed.