Odisha Link
Bridging the Missing Links in Odisha

ବିଧାନସଭା ଖବର: ଏନସିଆରବି ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ଆଜି ଗୃହ ଆରମ୍ଭରୁ ଏନସିଆରବି ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅସଦାଚରଣରେ ଓଡ଼ିଶା ୨ୟ ନମ୍ବର ସ୍ଥାନରେ ଥିବା ବେଳେ ସାଇବର ଅପରାଧରେ ରାଜ୍ୟ ଏକ ନମ୍ବରରେ ରହିଛି। ଏନେଇ ଗୃହରେ ପ୍ରଶ୍ନ କଲେ ବି ଉତ୍ତର ମିଳୁନି, ସରକାର ଏବେ ବି ନିଦରେ ଶୋଇଛନ୍ତି।

ଅନ୍ୟପଟେ ଏନସିଆରବି ରିପୋର୍ଟକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଲେ, ଅସଦାଚରଣରେ ଓଡ଼ିଶା ୨ୟ,ସାଇବର ଅପରାଧରେ ପ୍ରଥମ। ଗୃହରେ ପ୍ରଶ୍ନ କଲେ ବି ଉତ୍ତର ମିଳୁନି, ସରକାର ନିଦରେ ଶୋଇଛନ୍ତି। ଏହା ରାଜ୍ୟ ପାଇଁ ଲଜ୍ଜା ବୋଲି କହିଛନ୍ତି ନରସିଂହ। ଏହାବାଦ୍ କୋଭିଡ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗ ଗୃହରେ ପୁଣିଥରେ ଉଠାଇ ଉତ୍ତର ଲୋଡିଛନ୍ତି ନରସିଂହ। ପୋଲିସ ଡିଜିଙ୍କୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନଥିବା କହିଛନ୍ତି ନରସିଂହ। ତେବେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କୃଷି ବିଲକୁ ନେଇ ବିଜେଡିର ଆଭିମୁଖ୍ୟ କଣ ସେନେଇ ପ୍ରଶ୍ନ ଉଠାଇଛନ୍ତି। କୃଷି ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଗୃହରେ ଦାବି କରିଛନ୍ତି ସାଲୁଜା। ଲୋକସଭାରେ ସମର୍ଥନ କରୁଛନ୍ତି କିନ୍ତୁ ରାଜ୍ୟସଭାରେ ବିରୋଧ କରୁଛନ୍ତି।

Comments are closed.